*ନୂଆପଡ଼ା ଜିଲ୍ଲା ନେସନାଲ ହାଇସ୍କୁଲ ପରିସର ମଧ୍ୟରେ ଜିଲ୍ଲା ସ୍ତରୀୟ ପି ଏମ ଶ୍ରୀ ଉତ୍ସବ ପାଳିତ, ମୁଖ୍ୟ ଅତିଥି ରୂପେ ଦୁଇ ବିଧାୟକ ଙ୍କ ଯୋଗଦାନ, ପଦ୍ମ ଶ୍ରୀ ମହେନ୍ଦ୍ର ମିଶ୍ରଙ୍କୁ ସମ୍ବର୍ଦ୍ଧିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୪.୦୨.
ନୂଆପଡ଼ା ଜିଲ୍ଲା ନେସନାଲ ହାଇସ୍କୁଲ ପରିସର ମଧ୍ୟରେ ଜିଲ୍ଲା ସ୍ତରୀୟ ପି ଏମ ଶ୍ରୀ ଉତ୍ସବ ପାଳିତ, ମୁଖ୍ୟ ଅତିଥି ରୂପେ ଦୁଇ ବିଧାୟକ ଙ୍କ ଯୋଗଦାନ, ପଦ୍ମ ଶ୍ରୀ ମହେନ୍ଦ୍ର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଆଜି ର ଏହି ଜିଲ୍ଲା ସ୍ତରୀୟ ପି ଏମ ଶ୍ରୀ ଉତ୍ସବ ରେ ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇଥିବା ବେଳେ ଉନ୍ନତ ମାନର ଶିକ୍ଷା ଉନ୍ନତ ବ୍ୟବସ୍ଥା ରେ ହୋଇଥାଏ ବୋଲି କହିଥିଲେ। ସଭାରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଖଡିଆଳ ବିଧାୟକ ଅଧୋରାଜ୍ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ, ପଦ୍ମଶ୍ରୀ ମହେନ୍ଦ୍ର କୁମାର ମିଶ୍ର ଙ୍କୁ ମୁଖ୍ୟ ବକ୍ତା ରୂପେ ପାଇଥିଲେ। ନୂଆପଡ଼ା ଜିଲ୍ଲାର ପ୍ରଥମ ପଦ୍ମଶ୍ରୀ ପାଇଥିବା ବ୍ୟକ୍ତି ରୂପେ ସମ୍ବର୍ଦ୍ଧିତ କରିଥିଲେ। ସଭାରେ ଶିକ୍ଷାବିତ୍ ଶିବ ପ୍ରସାଦ ବେହେରା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଦୀପିକା ଦୀପ, ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଧ୍ୟକ୍ଷତା କରିଥିଲେ।
