ଅଁଳାକଟା ଗ୍ରାମରେ ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ
ସ୍ଥାନ ଅଁଳାକଟା
ତାରିଖ 3/2/2026
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କୁମୁସୀ ପଞ୍ଚାୟତ ଅଁଳାକଟାଗ୍ରାମରେ ଅଷ୍ଟପ୍ରହର ନାମ ଯଜ୍ଞ ମହାମାରୋହ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର ଅପରାହ୍ନ ରେ ଘଣ୍ଟ , ଘଣ୍ଟା , କାହାଳୀ , ଓ ନାମ ସଂକୀର୍ତ୍ତନ ସହ କଳସ ଯାତ୍ରାରେ ଗ୍ରାମର ଶତାଧିକ ପୁରୁଷ ଓ ବାଳକ ମାନେ ସାମିଲ ହୋଇ ସ୍ଥାନୀୟ ଡିମିରି ବନ୍ଦ କୂଳରେ ସୂର୍ଯ୍ୟ , ବରୁଣ ଆଦି ପୂଜାର୍ଚ୍ଚନା କରଯାଇ ଲକ୍ଷ୍ମୀନାରାୟଣ ଙ୍କୁ ଆବାହନ କରି ଡିମିରି ବନ୍ଦ ରୁ ପବିତ୍ର ଜଳ ଆଣି କୁଞ୍ଜରେ ସ୍ଥାପନ କରିଥିଲେ । ପୂଜକ ଙ୍କ ପୌରହିତ୍ୟ ରେ ସନ୍ଧ୍ୟାରେ ଅଧିବାସ ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ ଗୋକୁଳାନନ୍ଦ ବେହେରା
