ଚାଚା ନେହେରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ବୈଠକ
———————-=——————–
ବ୍ରହ୍ମପୁର
ସ୍ଥାନୀୟ ଚାଚା ନେହେରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଚା ନେହେରୁ କ୍ଲଷ୍ଟରର ବୈଠକ ସି ଆର ସି ସି ଶ୍ରୀ ବାଙ୍କ ପ୍ରଧାନ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି l ମୋଟ
୧୦ ଗୋଟି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଏଫ ଏଲ ଏନ ଶିକ୍ଷକ ,ଶିକ୍ଷୟିତ୍ରୀମାନଙ୍କୁ ଚାଚା ନେହେରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ସ୍ୱାଗତ କରାଯାଇଥିଲା l ସମସ୍ତ ଙ୍କ ଉପସ୍ଥିରେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ଯାହାକି ଶିଶୁବାଟିକା, ପ୍ରଥମ , ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ସହିତ ମଲ୍ଟି ଗ୍ରେଡ଼େ କ୍ଲାସ ସହିତ ଲେସନ ପ୍ଲାନ ପ୍ରସ୍ତୁତି ଉପସ୍ଥାପନା ମଧ୍ୟ କରାଯାଇଥିଲା ସମସ୍ତ ଆଲୋଚନାରେ ସି ଆର ସି ସି ଭାଗ ନେଇ ସଫଳ ରୂପାୟନ କରିଥିଲେ ବାରାକକ୍ସ ବିଦ୍ୟାଳୟର ଶିକ୍ଷୟିତ୍ରୀ ମୀରାବାଈ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେl ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ସସ୍ମିତା ରାୟ, ସରସ୍ବତୀ ପ୍ରଧାନ, ସସ୍ମିତା ବେହେରା, ସୁଜ୍ଞାନୀ ଶତପଥୀ,ଟି. ପୁଷ୍ପାବତୀ,ଏମ୍ ସନ୍ଦୀପ ରାଣୀ, ଶିକ୍ଷକ ଶ୍ରୀ ଏନ୍ ଶ୍ରୀନିବାସ ରେଡି ଓ ଚାଚା ନେହେରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଜେଶ୍ୱରୀ ଦାସ, ବିଷ୍ଣୁ ପ୍ରିୟା ସାବତ, ପଦ୍ମାଶେନି ପଣ୍ଡା ଉପସ୍ଥିତ ରହି ସହଯୋଗ କରି ଜାନୁଆରୀ ମାସର ସପ୍ତମ ମାସିକ ବୈଠକକୁ ଫଳ ଫଳପ୍ରଦ କରାଯାଇଥିଲା
