*କଳା, ସାହିତ୍ୟ, ସାଂସ୍କୃତିକ ସମାହାର ଅଭିନବ ପ୍ରୟାସ ଖଡିଆଳ ମହୋତ୍ସବ ୨୦୨୬ ଦିନକ ପରେ ନିଜର ଦୁଇ ଦଶନ୍ଧି ର ଗାଥା କୁ ଉଜ୍ଜୀବିତ କରିବ*
ନୂଆପଡ଼ା(ମିଖାଏଲ୍ ନନ୍ଦ)
ତା:୦୩.୦୨.
କଳା, ସାହିତ୍ୟ, ସାଂସ୍କୃତିକ ସମାହାର ଅଭିନବ ପ୍ରୟାସ ଖଡିଆଳ ମହୋତ୍ସବ ୨୦୨୬ ଦିନକ ପରେ ନିଜର ଦୁଇ ଦଶନ୍ଧି ର ଗାଥା କୁ ଉଜ୍ଜୀବିତ କରିବ। ସାଂସ୍କୃତିକ ରଙ୍ଗମଞ୍ଚ ଖଡିଆଳ ମହୋତ୍ସବ କୁ ତାର ବିଶେଷତା ଏବଂ ସ୍ୱତନ୍ତ୍ରତା ପ୍ରଦାନ କରିଥାଏ। ଚଳିତ ବର୍ଷ ଖଡିଆଳ ର ହାୱା ମହଲ ଜୀବନ୍ତ ରୂପ। ସତରେ ଜୟପୁର ର ହାୱା ମହଲ ମଧ୍ୟ ଦେଖି ଇର୍ଷାନ୍ଵିତ ହେବ। ଖଡିଆଳ ବ୍ଲକ୍ ଡୁଆଝର ଅଞ୍ଚଳ ର ଅମିତ୍ ମେହେର ଙ୍କ ଓମ୍ କ୍ରିଏସନ୍ ଏଭଳି ରଙ୍ଗମଞ୍ଚ ପ୍ରସ୍ତୁତ କରି ସମଗ୍ର ଓଡ଼ିଶା ସହ ଜାତୀୟ ସ୍ତରରେ ତାଙ୍କ ସୁନାମ ରହିଅଛି ଖଡିଆଳ ମହୋତ୍ସବ ରେ ଦୀର୍ଘ ୪ ବର୍ଷ ହେବ ନିଜ କାରୁକାର୍ଯ୍ୟ କରି ବେଶ ପ୍ରଶଂସିତ ହୋଇଛନ୍ତି। ଏହା ହେଉଅଛି ଖଡିଆଳ ମାଟିର ପ୍ରଭାବ। ପ୍ରଥମ ବର୍ଷ ନୂଆପଡ଼ା ଜିଲ୍ଲା ର କଳା ଓ ସ୍ଥାପତ୍ୟ ନିର୍ମାଣ କରିଥିଲେ। ଦ୍ଵିତୀୟ ବର୍ଷ ମହୀଶୂର ପେଲେଶ, ତୃତୀୟ ବର୍ଷ ତାଜମହଲ ଏବଂ ଚଳିତ ବର୍ଷ ଜୟପୁର ହାୱା ମହଲ କୁ ଜୀବନ୍ତ ରୂପ ଦେଇଛନ୍ତି। ଖଡିଆଳ ର ରଙ୍ଗମଞ୍ଚ ପ୍ରସ୍ତୁତ ଖର୍ଚ୍ଚରେ ଅନ୍ୟ ପଟେ ମହୋତ୍ସବ ହେଉଥିବା ବେଳେ ଖଡିଆଳ ର ରଙ୍ଗମଞ୍ଚରେ କଳାକାରଙ୍କ ଥର ଟିଏ କଳା ପ୍ରଦର୍ଶନ ଉତ୍ସାହ ଉଦ୍ଵେକ୍ତାଙ୍କୁ ବଧ୍ୟା କରିଥାଏ। ଓମ କ୍ରୀୟେଶନ ଓଡ଼ିଶା ର ସମସ୍ତ ମହୋତ୍ସବ ରଙ୍ଗମଞ୍ଚ ନିର୍ମାଣ କରିଥିବା ବେଳେ ଧନୁଯାତ୍ରା ଏବଂ ବାଲି ଯାତ୍ରା ରେ ମଧ୍ୟ ତାଙ୍କ କାରୁକାର୍ଯ୍ୟ ପ୍ରସ୍ତୁତ କରିଛନ୍ତି
