ଭୀମ ଭୋଇ ଲୋକ ମୋହତ୍ସବ ଉଦଯାପିତ ରେଢ଼ାଖୋଲ (ଭଂଜଦୂତ )ତା :-୧/୦୨/୨୦୨୬-ଗତ ଜାନୁୟାରୀ ୨୯ତାରିଖ ରୁ ଆରମ୍ଭ ହୋଇଥିବା ୪ଦିନିଆଁ ଭୀମଭୋଇ ଲୋଡ ମହୋତ୍ସବ ଉଦଯାପିତ ହୋଇଯାଇଛି /ଯଥା ରୀତିନୀତି ରେ ମଞ୍ଚ ପୂଜନ ଓ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଯ୍ୟୁ ଳନ ପୂର୍ଵ କ ଆରମ୍ଭ ହୋଇଥିଲା /ଲୋକ ମହୋତ୍ସବ କମିଟି ର ଅଧ୍ୟକ୍ଷ ରଶ୍ମି ରଞ୍ଜନ ମହନ୍ତ ମଞ୍ଚାସିନ ଅତିଥି ମାନଙ୍କୁ ଉପ କୌଢନ ଦେଇ ସମର୍ଦ୍ଧିତ କରିଥିଲେ /ମଞ୍ଚରେ ଉପସ୍ଥିତ ଥିଲେ ରେଢ଼ାଖୋଲ ପଂଚାୟତ ସମିତି ଅଧକ୍ଷ ପ୍ରଦୀପ ପ୍ରଧାନ, ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ଶିବରାମ ସାହୁ, ନାକଟିଦେଉଳ ପଂଚାୟତ ସମିତି ଅଧକ୍ଷା ସୁରୂପା ରାଣୀ ସାହୁ,ସାଂସଦ ଙ୍କ ପ୍ରତିନିଧି ଦେବେନ୍ଦ୍ର ମହାପାତ୍ର ମହାନ ଚେତନା ଆଧ୍ୟାତ୍ମିକ କ୍ରାନ୍ତିର ଏକ ମହାନ ପୀଠ ବୋଲି କହିଥିଲେ,,ବିଧାୟକ ତଥା ବିରୋଧୀ ଦଳ ର ଉପନେତା ପ୍ରସନ ଆଚାର୍ଯ୍ୟ ଏହି ରେଢ଼ାଖୋଲ ଓଡିଶା ର ସାଂସ୍କୃତିକ ଇତିହାସ ରେ ଏକ ନୂଆ ପୃଠା ଯୋଡି ଦେବ ବୋଲି କହିଥିଲେ /ସେହିପରି ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଇତିହାସ ବିଭାଗ ର ମୁଖ୍ୟ ଗବେଷକ ଅତୁଲ ପ୍ରଧାନ କହିଥିଲେ ଯେ ରେଢ଼ାଖୋଲ ମାଟି ହେଉଛି ପ୍ରାଗ ଐତିହାସିକ ଯୁଗର ଜୀବନ୍ତ ଦସ୍ତାବିଜ /ଏଥି ପାଇଁ ସେ ଗବେଷଣା ଓ ଉତ ଖନନ ଉପରେ ଗୁରୁତ୍ୱ ଆରୋପ କରିଥିଲେ /ଉତ୍ତରାଞ୍ଚଳ କୃଷି ବିଭାଗ ର ଅଧିକ୍ଷ କ ନରେନ୍ଦ୍ର କୁମାର ପଣ୍ଡା ଏଠାରେ ଚାଲିଥିବା କୃଷି ମେଳା ର ସୁଯୋଗ ନେବା କୁ ପରାମର୍ଶ ଦେଇଥିଲେ /ଏହି ଅବସରରେ ସମ୍ବଲପୁର ଜିଲ୍ଲା ପାଳ ଡ଼ ସି୍ଧେଶ୍ୱର ବଳିରାମ ବୋନ୍ଦର ଏବଂ ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ଉପସ୍ଥିତ ରହି ସମସ୍ତ ଙ୍କୁ ଉତ୍ସା ହିତ କରିବା ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମର୍ଦ୍ଧିତ କରିଥିଲେ /ଏହି ଉପଲକ୍ଷେ ସ୍ବର୍ଗତ ସାମ୍ବାଦିକ ରମାକାନ୍ତ ମହାନନ୍ଦ, ସହିଦ ଯବାନ ରଞ୍ଜନ କୁମାର ସାହୁ, ଶୁକଦେବ ପ୍ରଧାନ, ଚାମ୍ପେଶ୍ୱର ମହାକୁଡ଼ ଙ୍କ ପରିବାର ର ପ୍ରତିନିଧି ମାନଙ୍କୁ ସମର୍ଦ୍ଧିତ କରା ଯାଇ ଥିଲା / ସେହିପରି ଆଶା କର୍ମୀ ତାରିଣୀ ସମରଥା, ଅଙ୍ଗନବାଡି କର୍ମୀ ପ୍ରୀତିରଣୀ ଦାଶ, ଅନ୍ତର୍ଜାତୀୟ କ୍ରୀଡ଼ାବିତ ଅମୀୟ କୁମାର ପ୍ରଧାନ, ବିଶିଷ୍ଟ ସାହିତ୍ୟିକ ଦିବାକର ଭୋଇ, ରକ୍ତଦାତା ପ୍ରମୋଦ ସାହୁ, ଶସ୍ୟ ବିଜ୍ଞାନ ଗବେଷକ ଡ଼ ଗୌରୀଶଙ୍କର ପ୍ରଧାନ, ବିଶିଷ୍ଟ ଚିତ୍ରଶିଳ୍ପୀ ସୁଧୀରକୁମାର ସ୍ୱାଇଁ ଲୋକମାହ ତ୍ସବ ର ଲୋଗୋ ଡିଜାଇନ କରିଥିବାରୁ, ଲୋକମୋହତ୍ସବ ର ଗୀତ ର ଗୀତି କାର ଉମାକାନ୍ତ ମହାନନ୍ଦ ଙ୍କୁ ସମର୍ଦ୍ଧିତ କରାଯାଇଥିଲା /ସଫଳ ଚାଷୀ ଯଶୋଦା ମେସ୍ବା, ନିତ୍ୟାନନ୍ଦ ଦେହୁରୀ, ପାର୍ବତୀ ସେଠି, ଗଣେଶ୍ୱର ସାହୁ, କେଦାର ଦେହୁରୀ ଓ ପ୍ରଶାନ୍ତ କୁମାର ସିଂହ ଙ୍କୁ ସମର୍ଦ୍ଧିତ ହୋଇଥିଲେ /ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ର ମୁଖ୍ୟ ଆକର୍ଷଣ ଖୋର୍ଦ୍ଧା ର ପାଇକ ନୃତ୍ୟ, ଲୋଇସିଂହା ର ରାସାରକେଳି, ରାୟଗଡା ର ଢ଼େମସା, ବଲାଙ୍ଗୀର ର ସମ୍ବଲପୁରୀ ଲୋକନୃତ୍ୟ /ହାସ୍ୟ ଅଭିନେତା ମି ଗୁଲୁଆ ହସ୍ୟରସା ତ୍ମକ ଲୋକମାନଙ୍କୁ ବେଶ ହସାଇଥିଲା /ଅତିଥି ଗାୟିକା ଅର୍ଚନା ପାଢ଼ୀ ଙ୍କ ସଂଗୀତ ର ଯାଦୁ ସଭିଙ୍କ ମନ ଜିଣିଥିଲା /ଏହି ଅବସରରେ ଲୋକମୋହତ୍ସବ ର ସ୍ମରଣିକା ଉନ୍ମୋଚନ କରାଯାଇଥିଲା /ସ୍ମରଣିକା ର ସମ୍ପାଦକ ମଣ୍ଡଳୀ ଙ୍କୁ ଓ ସଂଗୀତ ନୃତ୍ୟ ପ୍ରତିଯୋଗିତା ବିଚରାକ ମଣ୍ଡଳୀ ଙ୍କୁ ସମର୍ଦ୍ଧିତ କରାଯାଇଥିଲା /ଶେଷରେ ଲାଇଟ ସାଉଣ୍ଡ ଟେଣ୍ଟ କାର୍ଯ୍ୟକର୍ତା ଙ୍କୁ ସମର୍ଦ୍ଧିତ କରାଯାଇ ଥିଲା /
