ବିଲ ନହେବାରୁ ଧାରଣାରେ ବସିଲେ ସରପଞ୍ଚଙ୍କ ସହ ପଞ୍ଚାୟତ ବାସୀ।
ସୋର,୨/୨(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋର ବ୍ଲକ ପରିସରରେ ତଳନଗର ପଞ୍ଚାୟତ ବାସୀ ଙ୍କ ସହ ସରପଞ୍ଚ ଗୀତାରାଣୀ ଦାସ ଙ୍କ ଧାରଣା। କାମ କରିବାର ଦିର୍ଘଦିନ ପର୍ଯ୍ୟନ୍ତ ବିଲ ନହେବାରୁ ଏହାକୁ ପ୍ରତିବାଦ କରି ସୋର ବ୍ଲକ ତଳନଗର ପଞ୍ଚାୟତର ସରପଞ୍ଚ ବ୍ଲକ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ସୁଚନାଯୋଗ୍ୟ ତଳନଗର ପଞ୍ଚାୟତରେ ଦର୍ଘଦିନ ଧରି ବିଭିନ୍ନ ୱାର୍ଡରେ କାମ କରାଯାଇଥିବା ବେଳେ କାମ ଶେଷ ହେବାକୁ ଦିର୍ଘଦିନ ବିତିଯାଇଥିଲେ ମଧ୍ୟ କାମର ବିଲ ହୋଇପାରିନାହିଁ । ଫଳରେ ପଞ୍ଚାୟତର ଅନ୍ୟ ଉନ୍ନୟନ ମୂଳକ କାମ କରିବାରେ ବାଧା ଉପୁଯୁଛି। ପୁର୍ବରୁ କୌଣସି ବ୍ୟକ୍ତିଙ୍କ ନାମରେ କାର୍ଯ୍ୟାଦେଶ ଥିବାରୁ କାମ ଶେଷ ହେବାର କିଛି ଦିନ ମଧ୍ୟରେ ବିଲ କରାଯାଉଥିଲା। ମାତ୍ର ବିଭାଗୀୟ ନାମରେ କାର୍ଯ୍ୟାଦେଶ କାରଣରୁ ପିସି ଓ ଅନ୍ୟ ସମସ୍ୟା ପାଇଁ ଏହି ବିଲ କରାଯାଉନାହିଁ। ଫଳରେ କୌଣସି ଲୋକ କାମ କରିବାକୁ ରାଜି ହେଉନାହାନ୍ତି। ଏହାକୁ ପ୍ରତିବାଦ କରି ତୁରନ୍ତ କରାଯାଇଥିବା କାମର ବିଲ କରିବା ଦାବିରେ ଆଜି ମଧ୍ୟାହ୍ନରେ ସରପଞ୍ଚ ଶ୍ରୀମତୀ ଗିତା ରାଣୀ ଦାସ ଓ ତାଙ୍କ ସମର୍ଥକ ମାନେ ସୋର ବ୍ଲକ ପରିସରରେ ଧାରଣାରେ ବସିଥିଲେ। କିଛି ସମୟ ପରେ ବିଡିଓ ସତ୍ୟନାଥ ନାୟକ ପନ୍ଦର ଦିନ ଭିତରେ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
