*ଖଡିଆଳ ମହୋତ୍ସବ ପାଳନ ନେଇ କଳାକାର ଙ୍କ ବ୍ୟାପକ ପ୍ରସ୍ତୁତି, ଢୋଲ, ନିଶାନ ତାସା ର ତାଲ କୁ ତାଲ ଦେଇ ନୃତ୍ୟୁଙ୍ଗଣା ମାନେ ବିଭୋର ହେଉଥିବା ବେଳେ ଦର୍ଶକଙ୍କୁ ବିମୋହିତ କରିବାରେ ପ୍ରୟାସ*
ନୂଆପଡ଼ା (ମିଖାଏଲ ନନ୍ଦ)
ତା:୦୨.୦୨.
ଆଉ ଦୁଇ ଦିନ ପରେ ଖଡିଆଳ ଠାରେ ପାଳିତ ହେବାକୁ ଯାଉଅଛି, ସାଂସ୍କୃତିକ ସହାସମାରୋହ। ଏହି ମହୋତ୍ସବ ରେ ନିଜ କଳାର ଏକ ଝଲକ ଦେଖିବା ପାଇଁ ସତରେ ତାଙ୍କ ଭିତରେ ଭରି ରହିଅଛି, ଅଜବ ନିଶା,। ଅଞ୍ଚଳର ପ୍ରତ୍ୟେକ ପରିବାର ରୁ ଜଣେ ଦୁଇ ଜଣ ଲେଖାଏଁ ଶିଶୁ କଳାକାର ମାନେ ସାମିଲ ହୋଇ ନିଜ ନିଖୁଣ ନୃତ୍ୟ ଗୀତ କରିବାକୁ ଆସିଥାନ୍ତି। ସେହି ସାଂସ୍କୃତିକ ରଙ୍ଗମଞ୍ଚ, ସମୟ, ସୁଯୋଗ ଏବଂ ସମ୍ଭାବନା ସୃଷ୍ଟି କରୁଥିବା ଏହି ମହୋତ୍ସବ ଏକ ଆତ୍ମୀୟତା ଭାବ ପ୍ରଦାନ କରେ। ପରିବାର କୁ ପରିବାର ସହ ଯୋଡ଼ି ଥିବା ବେଳେ ପ୍ରତିଭାକୁ ସମ୍ମାନ ଦେବାର ପରମ୍ପରା ଆଜିବି ବଞ୍ଚିତ ରହିଅଛି। କଳାକାର ମାନେ ଖଡିଆଳ ମହୋତ୍ସବ ପାଳନ ନେଇ କଳାକାର ଙ୍କ ବ୍ୟାପକ ପ୍ରସ୍ତୁତି, ଢୋଲ, ନିଶାନ ତାସା ର ତାଲ କୁ ତାଲ ଦେଇ ନୃତ୍ୟୁଙ୍ଗଣା ମାନେ ବିଭୋର ହେଉଥିବା ବେଳେ ଦର୍ଶକଙ୍କୁ ବିମୋହିତ କରିବାରେ ପ୍ରୟାସ କରୁଛନ୍ତି। ତାଙ୍କ ପରିଶ୍ରମ ସତରେ କମ ନୁହେଁ, ଦଳଗତ ନୃତ୍ୟ ହେଉ ସମସ୍ତ ଶିକ୍ଷା ଅନୁଷ୍ଠାନ ମାନେ ସାମିଲ ହେବାର ପରମ୍ପରା। ଏଠାରେ କୌଣସି ପ୍ରତିଯୋଗିତା ହୁଏ ନାହିଁ। କେବଳ ଏହି ସାଂସ୍କୃତିକ ମଞ୍ଚ ରେ ଥର ଟିଏ ନିଜ କଳା ପ୍ରଦର୍ଶନୀ ହିଁ ଯଥେଷ୍ଟ। ତେଣୁ ପାଳନ କମିଟି ପକ୍ଷ ରୁ ସ୍ମୃତି ସ୍ମାରକୀ ଦେବା ର ଅନନ୍ୟା ପ୍ରୟାସ ରହିଅଛି।
