*ତୁରେକେଲା ନିକଟସ୍ଥ ଛେଲିଆମାଲ୍ ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ସାଂସ୍କୃତିକ ଅନୁଷ୍ଠାନ” କଲ୍ୟାଣ : ତୁରେକେଲା ଆନୁକୁଲ୍ୟରେ ଏକ ମାଘ ପୂର୍ଣ୍ଣିମା ତଥା ଭାଗବତ ଯଜ୍ଞ ଉତ୍ସବ ପାଳିତ ହୋଇଯାଇଛି*
ନୂଆପଡ଼ା(ମିଖାଏଲ୍ ନନ୍ଦ)
ତାରିଖ -01/02/2026
୦୧-୦୨-୨୬ ତାରିଖ ରେ ତୁରେକେଲା ନିକଟସ୍ଥ ଛେଲିଆମାଲ୍ ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ସାଂସ୍କୃତିକ ଅନୁଷ୍ଠାନ” କଲ୍ୟାଣ : ତୁରେକେଲା ଆନୁକୁଲ୍ୟରେ ଏକ ମାଘ ପୂର୍ଣ୍ଣିମା ତଥା ଭାଗବତ ଯଜ୍ଞ ଉତ୍ସବ ପାଳିତ ହୋଇଯାଇଛି ।ଏହି ଯଜ୍ଞ ଉତ୍ସବ ରେ କର୍ତ୍ତା ଭାବରେ କପୂର୍ଚନ ଛତ୍ରିଆ ଓ ସପତ୍ନି ,ବନିତା ପଟେଲ ଓ ନିରାକାର ପଟେଲ ,ମିନକେତନ ପ୍ରଧାନ ଓ ପତ୍ନୀ ନିଳୀମା ପ୍ରଧାନ ତଥା ମାଦନା ଭୁଏ ରୁକ୍ମଣୀ ପ୍ରଧାନ ପ୍ରମୁଖ ଯଜ୍ଞ କର୍ତ୍ତା ଭାବରେ ଯୋଗଦାନ କରିଥିଲେ ।ବୈଦିକ ପରମ୍ପରା ଅନୁଯାୟୀ ମାଘ ପୂର୍ଣ୍ଣିମା ଘୃତ ଯଜ୍ଞ କୁ ଶ୍ରୀ ଯୁକ୍ତ ଥାବିର ଚରଣ ସାହୁ ଓ ତାଙ୍କ ପତ୍ନୀ ଯଜ୍ଞ କୁ ପରିଚାଳନା କରିଥିଲେ ।ଏହି ମାଘ ପୂର୍ଣ୍ଣିମା ଓ ଭାଗବତ କଥା ମୃତ ରେ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ଯୋଗଦାନ କରି ଆଧ୍ୟାତ୍ମିକ ସଚେତନ ତଥା ସମାଜ ସଂସ୍କାର ମୂଳକ ବାର୍ତ୍ତା ଓ ସମସ୍ତ ବ୍ୟକ୍ତି ବିଶେଷ ସରଳ ଜୀବନ ଯାପନ କରିବା ସହ ସମାଜ କୁ ସତ୍ ପଥରେ ପରିଚଳନ କରିବା ସହ ନୂତନ ଯୁଗର ପରିକଳ୍ପନା କରିବା ପାଇଁ ସଂକଳ୍ପ ନେବା ପାଇଁ ଚେଷ୍ଟା କରିବା ଓ ପରଷ୍ପର ସମ୍ପର୍କ ରେ ଆସିବା ପାଇଁ ଆହ୍ବାନ ଦିଆଯାଇଥିଲା ବରିଷ୍ଠ ସଦସ୍ୟ କପୂର୍ ଚନ ଛତ୍ରିଆ ଆଜିର ମାଘ ପୂର୍ଣ୍ଣିମା ର ବିଶେଷତ୍ଵ ବର୍ଣ୍ଣନା ପ୍ରାଞ୍ଜଳ ଭାବରେ କରିଥିଲେ । ଶ୍ରୀ ଥବୀର ଚରଣ ସାହୁ ଯଜ୍ଞ ର ମହିମା ତଥା ଦୈନନ୍ଦିନ ଜୀବନରେ ସଂସ୍କାର ଯଜ୍ଞ ର ଆବଶ୍ୟକତା ରହିଛି ଏବଂ ଏହା ଦ୍ବାରା ସାଂସାରିକ ଜୀବନ ସୁଖମୟ ହେବା ସହ ସମାଜ ଓ ସଂସ୍କୃତି ର ମଙ୍ଗଳ ହେବ ବୋଲି ମତ ବ୍ୟକ୍ତ କରିଥିଲେ । ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲା ରୁ 100 ଜଣ ପୁରୁଷ ଓ ମହିଳା ଅଂଶ ଗ୍ରହଣ କରିଥିଲେ।ଏହି ଯଜ୍ଞ ତଥା ଉତ୍ସବ କୁ sammanoy ଅନୁଷ୍ଠାନ ର ସଂଯୋଜକ ମିନକେତନ ପ୍ରଧାନ ସଂପୂର୍ଣ୍ଣ ପରିଚାଳନା କରିଥିଲେ ଓ ସାଂସ୍କୃତିକ କାର୍ଯକ୍ରମ ର ନେତୃତ୍ୱ ଭକ୍ତ ବନ୍ଧୁ ମେହେର ଓ ସାଥୀ ଙ୍କ ଦ୍ଵାରା ଭଜନ କୀର୍ତ୍ତନ କାର୍ଯକ୍ରମ କରାଯାଇଥିଲା ।ଓ ପରିଶେଶ ରେ ଶ୍ରୀ ମତି ବନିତା ପଟେଲ ଧନ୍ୟବାଦ୍ ଓ ସମସ୍ତ ଅତିଥି ଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ। ଆଜିର ଏହି ମାଘ ପୂର୍ଣ୍ଣିମା ଓ ଭାଗବତ ଯଜ୍ଞ କୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ଙ୍କ ଆର୍ଥିକ ସହଯୋଗ ରେ କଲ୍ୟାଣ ଅନୁଷ୍ଠାନ ତରଫରୁ ଆୟୋଜନ କରାଯାଇଥିଲା ।
