ପୁରୀ କୋଣାର୍କ ସମୁଦ୍ର କୂଳରେ ଇକୋ ରିଟ୍ରେଟ ମଞ୍ଚରେ ଦର୍ଶକଙ୍କ ମନ ମୋହିଲl ବୀଣାପାଣି କଳାନିକେତନ,
ଆନନ୍ଦପୁର ୨/୨(କ୍ଷୀରୋଦ ପ୍ରସାଦ ଦାସ)
ଆନନ୍ଦପୁର ଉପଖଣ୍ଡ ଶାଳପଡା ନୃତ୍ୟନୁଷ୍ଠାନ ର ନୃତ୍ୟ ଶିଳ୍ପୀ ମାନେ ପୁରୀ କୋଣାର୍କ ସମୁଦ୍ର କୂଳ ରେ ଚାଲିଥିବା ଇକୋ ରିଟ୍ରେଟ ମଞ୍ଚ ରେ ନୃତ୍ୟାଭିନୟ “କୋଣାର୍କ ର ରୂପରେଖ ” ଉପସ୍ଥାପନା କରି ଉପସ୍ଥିତ ଓଡିଶା ତଥା ଓଡିଶା ବାହାର ର ସ୍ୱତନ୍ତ୍ର ଅତିଥି ମାନଂକୁ ବିମୋହିତ କରିଥିଲେ, ଉତ୍କଳ ର ଗୁଣ ଗାରିମା, କୋଣାର୍କ ମନ୍ଦିର ର ପ୍ରତିଟି କୋଣ ର ଛବି ର ସୁକ୍ଷ୍ମ କାରୁକାର୍ଯ୍ୟ ର ଦୃଶ୍ୟ, ମହୋଦଧି ର ରୂପ ରେଖ ମଧ୍ୟ ରେ ପ୍ରଭୁ ଜଗନ୍ନାଥ ଙ୍କ ର ଦୃଶ୍ୟ ପଟ୍ଟକୁ ଅତି ନିଖୁଣ ଭାବରେ ନୃତ୍ୟ ଶିଳ୍ପୀ ମୋନିକା ଦାଶ, ଲିଜାରାଣୀ ସାହୁ, ଦେବାହୂଟି ପଟ୍ଟନାୟକ, ଆରୋସ୍ମିତା ତ୍ରିପାଠୀ, କ୍ରିଷ୍ଣାପ୍ରିୟଦର୍ଶନୀ ସାହୁ, ସାଇ ସମ୍ପର୍ଣ୍ଣ ଚକ୍ର, ଶ୍ରାବଣୀ ପାଢ଼ୀ, ବିନୋଦ ଓଝା ଉପସ୍ଥାପନା କରି ଆଗନ୍ତୁକ ଅଥିତି ମାନଂକୁ ବିଭୋର କରି ଥିଲେ ସାଂସ୍କୃତିକ କାର୍ଯ୍ୟକ୍ରମ ର ପରିକଳ୍ପନା ଓ କାର୍ୟନିର୍ବାହୀ ର ସମ୍ପୂର୍ଣ ଦାୟିତ୍ୱ କୁ ପୁରୀ ର ମାଲଖାମ ନିର୍ଦେଶକ ଶ୍ରୀ ଜ୍ଞାନରଞ୍ଜନ ମହାନ୍ତି ବହନ କରି ନୃତ୍ୟ ଗୁରୁ ନୃତ୍ୟ ଶିଳ୍ପୀ ମାନଂକୁ ଭୁୟସୀ ପ୍ରଶଂସା କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ l
