୧୯୧ କେଜି ଗଞ୍ଜେଇ ଓ ଆନ୍ତଃରାଜ୍ୟ ଟାଟା ଆଇଚାର ଟ୍ରକ୍ ଜବତ୍ କରିଛି ବାଲିଗୁଡ଼ା ପୋଲିସ୍।
କନ୍ଧମାଳ – ୦୨/୦୨/୨୬ -କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ପୋଲିସ୍ ପାଇଁ ଏକ ସଫଳତା ୧୯୧ କେ.ଜି ବେଆଇନ ଗଞ୍ଜେଇ ସହିତ ଆନ୍ତଃରାଜ୍ୟ ଟାଟା ଆଇଚର୍ ଟ୍ରକକୁ ଜବତ୍ କରିଛି ବାଲିଗୁଡ଼ା ଥାନା ପୋଲିସ୍। କନ୍ଧମାଳ ଏସ୍ ପି ହରିଶ ବିଶି ନିର୍ଦ୍ଦେଶ ପ୍ରକାରେ ଜିଲ୍ଲାକୁ ସମୂର୍ଣ୍ଣ ନିଶା ମୁକ୍ତ କରିବା ବେଆଇନ ଗଞ୍ଜେଇ ଚାଷ,ଚୋରା ଚାଲାଣକୁ ବନ୍ଦ କରିବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ବିଭିନ୍ନ ଥାନା ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ରାତି ଅଧିଆ ପୋଲିସ୍ ପେଟ୍ରିଲିଙ୍ଗ ଜୋରଦାର କରୁଥିବା ଦେଖିବାକୁ ମିଳିଛି। ତତ୍ ସହିତ ବାଲିଗୁଡ଼ା ଏସ୍ ଡି ପି ଓ ଶୁଭମ୍ ଭୋସଲେ ନିର୍ଦ୍ଦେଶରେ ବାଲିଗୁଡ଼ା ଥାନା ସୁଡ୍ରା ଅଞ୍ଚଳରେ ରାତିରେ ଯାତାୟାତ କରୁଥିବା ଯାନବାହାନ ଚେକିଙ୍ଗ କରୁଥିବା ସମୟରେ ପଶ୍ଚିମବଙ୍ଗ ନମ୍ବର୍ ଥିବା ଗୋଟିଏ ଟାଟା ଆଇଚର ଟ୍ରକ୍ WB – 23C – 9855 ନମ୍ବର୍ ବିଶିଷ୍ଟ ଟ୍ରକକୁ ଯାଞ୍ଚ କରିବା ପାଇଁ ଅଟକାଇ ଥିଲେ ହେଲେ ଡ୍ରାଇଭର ସମେତ ଆଉ ଦୁଇ ଜଣ ଟ୍ରକକୁ ଛାଡ଼ି ଘଟଣା ସ୍ଥଳରେ ଚମ୍ପଟ ମାରିଥିଲେ । ପୋଲିସ୍ ଟ୍ରକକୁ ଚେକୀଙ୍ଗ କରିବା ସମୟରେ ୧୯୧ କେ.ଜି ଗଞ୍ଜେଇ ଜବତ କରିଥିଲେ। ବାଲିଗୁଡ଼ା ଥାନା ଏକ NDPS ଆଇନ ଧାରା 20(B) (C) ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣା ସ୍ଥଳରେ ଚମ୍ପଟ ମାରିଥିବା ଚାଲାଣ କାରୀଙ୍କୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ଘଟଣା ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ଶିବରଞ୍ଜନ ସିଂ ସୂଚନା ଦେଇଛନ୍ତି।
