*ନୂଆପଡ଼ା ଜିଲ୍ଲା ଖଡିଆଳ ଏନ ଏ ସି ୱାର୍ଡ ସଭ୍ୟ ଙ୍କ ଭଙ୍ଗା ରୁଜା ଏବଂ କର୍ମଚାରୀ ଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ଖଡିଆଳ ତହସିଲଦାର ଙ୍କ ଦତନ୍ତ୍*
ନୂଆପଡା(ମିଖାଏଲ ନନ୍ଦ)
ତା:୩୦.୦୧.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଏନ ଏ ସି ୱାର୍ଡ ସଭ୍ୟ ଙ୍କ ଭଙ୍ଗା ରୁଜା ଏବଂ କର୍ମଚାରୀ ଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ଖଡିଆଳ ତହସିଲଦାର ନରସିଂହ ଗଡ଼ବା ତଦନ୍ତ କରିଛନ୍ତି। ଖଡିଆଳ ଏନ୍ ଏ ସି ସମ୍ମିଳନୀ କକ୍ଷ ଠାରେ ତଦନ୍ତ କରିଛନ୍ତି। ଖଡିଆଳ ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା ଖଡିଆଳ ଡିଗ୍ରୀ ମହିଳା କଲେଜ୍ ରେ ସହିଦ ଦିବସ ଏବଂ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ୱାର୍ଡ ସଭ୍ୟ ଚନ୍ଦନ ସାହୁ କାର୍ଯ୍ୟାଳୟ କୁ ଆସି ଭଙ୍ଗା ରୁଜା କରିଥିବା ବେଳେ ସରକାରୀ କର୍ମଚାରୀ ଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣା ର ତଦନ୍ତ ବେଳେ ସମସ୍ତ ଆବାସ ଯୋଜନା ରେ କାମ କରୁଥିବା କର୍ମଚାରୀ ଏବଂ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ଙ୍କୁ ଘଟଣା ସମ୍ପର୍କ ରେ ପଚାରି ବୁଝିଥିଲେ। ଖଡିଆଳ ଥାନା ରେ ମାମଲା ଦେଇଥିବା ବେଳେ ଏହି ଘଟଣା ରେ ୱାର୍ଡ ସଭ୍ୟ ଚନ୍ଦନ ସାହୁ ଥାନା ରେ ଅଟକ ଥିବା ଜଣାପଡିଛି।
