ଡୁରା ସରସ୍ଵତୀ ଶିଶୁ ମନ୍ଦିରରେ ୧୮ତମ ବାର୍ଷିକ ଉତ୍ସବ ପାଳିତ।
ଗୋପାଳପୁର, -ଡୁରା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ୧୮ତମ ବାର୍ଷିକ ଉତ୍ସବମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ରୂପେ କନିଷି ତହସିଲଦାର କବିରାଜ ପ୍ରଧାନ, ମୁଖ୍ୟ ବକ୍ତା ଦକ୍ଷିଣ ପୂର୍ବ ସମ୍ଭାଗ ସଭାପତି ତାରା ପ୍ରସାଦ ଦାସ ଓ ସମ୍ମାନିତ ଅତିଥି ରୂପେ ବିଜେପି ର ବରିଷ୍ଠ ନେତା ଗଙ୍ଗାଧର ସତପଥି, ବ୍ରଜମୋହନ ନାହାକ, ଗୈାରୀ ଶଙ୍କର ସାମନ୍ତରାୟ, ରଜତ ପଣ୍ଡିତ, ରାଜେଶ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ପାଠ ପାଢ଼ୀ ଦେଶ ମାତୃକାର ଟେକ ରଖିବା ପାଇଁ ଉଦବୋଧନ ଦେଇଥିଲେ।
ସ୍କୁଲ ପରିଚାଳନା କମିଟି ସଭାପତି ହୃଷୀକେଶ ସାହୁ, ସମ୍ପାଦକ ସୁରେଶ ଚନ୍ଦ୍ର ପାତ୍ର, ଉପ ସଭାପତି କୃଷ୍ଣ ଚନ୍ଦ୍ର ମହାରଣା, କୋଷାଧ୍ୟକ୍ଷ କ୍ରୀଷ୍ଣା ରେଡ୍ଡୀ ମଞ୍ଚ ପରିଚାଳନା କରିଥିଲେ ।
ସ୍କୁଲ ର ପ୍ରଧାନ ଶିକ୍ଷକ ଗିରିଶ ପାଢ଼ୀ ବାର୍ଷିକ ବିବରଣୀ ଉପସ୍ଥାପନା କରି ଥିଲେ। ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ପେତିଯୋଗୀ ମାନଙ୍କୁ ସାର୍ଟିଫିକେଟ ଓ ସିଲ ଦିଆଯାଇ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ପରିଶେଷରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତର ଆୟୋଜନ କରାଯାଇଥିଲା।
