*ବିଞ୍ଝ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ସତବାର୍ଷିକ ମହା ସମାରୋହ*
ବସ୍ତା:- ୨୪/୧ (ନି.ପ୍ର)
ବାଲେଶ୍ବର ଜିଲ୍ଲା ସଦର ବ୍ଳକ ମହକୁମା ବିଞ୍ଝ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ସତ ବାର୍ଷିକ ସମାରୋହ ପାଳିତ ହେବା ସହିତ ସ୍ମରଣିକା ଉନ୍ନୋଚନ ଅତିଥିଙ୍କ ଦ୍ବାରା ହୋଇଅଛି। ପୁରାତନ ଛାତ୍ର ସଂସଦର ସଭାପତି ବିଶିଷ୍ଠ ସମାଜସେବୀ ଶିବ ପ୍ରସାଦ ମହାନ୍ତି ସଭାପତିତ୍ବରେ ଅତିଥିମାନେ ପ୍ରଦୀପ ପ୍ରଜ୍ବୋଳନ କରିବା ପରେ ଏକ ସଭାର ଆୟୋଜନ ହୋଇଥିଲା। ମୁଖ୍ୟ ଅତିଥି ବସ୍ତା ଉପଖଣ୍ତ ଅଧିକାରୀ ଆସିଷ୍ଟାଣ୍ତ ଏସପି ମାନସ କୁମାର ଦେଓ ଯୋଗଦେଇ ଶିକ୍ଷା ଅନୁଷ୍ଠାନର ଉତ୍ତୋରତର ଉନ୍ନତି ହେବା ସହିତ ପିଲା ମାନଙ୍କର ଉଜ୍ବଳ ଭବିଷ୍ଯତ କାମନା କରିଥିଲେ। ମୁଖ୍ୟବକ୍ତା ବରିଷ୍ଠ ସାହିତ୍ଯିକ ପୂର୍ବତନ ପ୍ରମେୟ ର ଉତ୍ତର ବାଲେଶ୍ବର ମୂଖ୍ଯ ସତ୍ଯଶିବ ଦାସ ଯୋଗ ଦେଇ ଶିକ୍ଷା ହେଉଛି ମହାସାଗର ଜନ୍ମରୁ ମୃତ୍ଯୁ ପର୍ଯ୍ଯନ୍ତ ଶିକ୍ଷାର ସମାପ୍ତ ନାହିଁ। ଦୀର୍ଘ ଶହେ ବର୍ଷ ଭିତରେ ଏହି ବିଦ୍ଯାଳୟରୁ ବହୁ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତିର୍ଣ୍ଣ ହୋଇ ସମାଜର ମୂଖ୍ଯ ସ୍ରୋତରେ ସାମିଲ ହୋଇପାରିଛନ୍ତି। ଯାହାର ମୂକ ସାଖି ଏହି ବିଦ୍ଯାଳୟର କାନ୍ଥ ବାଡ ସୂଚାଇ ଦେଉଛି ବୋଲି ଅନେକ ସାର ଗର୍ଭକ କଥା କହିଥିଲେ। ସମ୍ମାନୀତ ଅତିଥି ପ୍ରଧାନ ଶିକ୍ଷକ ଦେବବ୍ରତ ମାଝୀ, ସନାତନ ନାୟକ ଯୋଗ ଦେଇଥିବା ବେଳେ ଶିକ୍ଷକ ଜଗଦିଶ ପ୍ରଧାନ ମଞ୍ଚ ଆହ୍ବାନ କରିଥିଲେ। ବିଦ୍ଯାଳୟର ଛାତ୍ରୀ ମାନଙ୍କ ଦ୍ବାରା ଆବାହନୀ ସଂଗୀତ ଓ ନାଚ ପଦର୍ଶିତ ହୋଇଥିଲା। ଅତିଥି ମାନଙ୍କ ଦ୍ବାରା ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ ଶିକ୍ଷକ ପରେଶ ଚନ୍ଦ୍ର ପାଣି ଧନ୍ଯବାଦ ଜଣାଇଥିଲେ।
