ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା l
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ଗାଁ ରେ ଅବସ୍ଥିତ ଶ୍ରୀ ଶ୍ରୀ ରଘୁନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମାନଙ୍କୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗୁରୁବାରରେ ସମ୍ବର୍ଦ୍ଧିତ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ସୁରେଶ ଚନ୍ଦ୍ର ରାଉତ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରଘୁନାଥପୁର ତହସିଲଦାର ରାଜଲକ୍ଷ୍ମୀ ନାୟକ ଯୋଗଦେଇ ଏପରି ଏକ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ l ବରିଷ୍ଠ ନାଗରିକ ମାନଙ୍କ ଆଗରେ ଠିଆହୋଇ ତାଙ୍କୁ ସମ୍ବର୍ଦ୍ଧିତ କରିବା ମୋ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛି l ସହରାଞ୍ଚଳରେ ଏପରି କାର୍ଯ୍ୟକ୍ରମ ସବୁ ହୋଇଥିବାର ଦେଖିବାକୁ ମିଳିଥାଏ ହେଲେ ନିପଟ ଗ୍ରାମାଞ୍ଚଳରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଅନୁଷ୍ଠାନ ବାସୀଙ୍କ ଭୂୟସୀ ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସ୍ପେଶାଲ ବ୍ରାଞ୍ଚ ଅଧିକାରୀ ପ୍ରେମାନନ୍ଦ ଲେଙ୍କା ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ମଣିଷ ଜୀବନରେ ରାମନାମ କୁ ଜପ କରିବା ସହିତ ପୁରୁଣା ମାନ, ଅଭିମାନକୁ ଭୂଲି ବୃଦ୍ଧାବସ୍ଥା ରେ ସମସ୍ତ ଜୀବନ କୁ ହସ ଖୁସିରେ ଅତିବାହିତ କରିବା ପାଇଁ ଉଦବୋଧନ ଛଳରେ କହିଥିଲେ। ଏହି ସବୁ କାର୍ଯ୍ୟକ୍ରମ ର ମୁଖ୍ୟ ବିନ୍ଧାଣୀ, ଅନୁଷ୍ଠାନ ପ୍ରତିଷ୍ଠାତା ତଥା ପରିଚାଳକ ମଙ୍ଗଳ ଦାଶ ମହାରାଜ ଯୋଗଦେଇ ଭଗବତ ଚେତନା ସମ୍ପର୍କିତ ବହୁ ମହତପୂର୍ଣ୍ଣ ଉପାଦେୟ ବୋଲି ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସରପ୍ରାପ୍ତ ଅଧିକାରୀ ଅଲେଖ ଚନ୍ଦ୍ର ବେହେରା, ଅବସର ପ୍ରାପ୍ତ ଶିକ୍ଷକ ସଦାଶିବ ବିଶ୍ଵାଳ ଓ ଅବସରପ୍ରାପ୍ତ ଶିକ୍ଷକ ସୁଶ୍ରୀ ଗୀତା ରଥ ପ୍ରମ୍ମୁଖ ଯୋଗଦେଇ ନିଜ ନିଜର ଅନୁଭୂତି ବାଣ୍ଟିଥିଲେ l ଏହି ସଭାରେ ମଞ୍ଚାସୀନ ଅତିଥି ଓ ଶ୍ରୀ ମଙ୍ଗଳ ଦାଶ ମହାରାଜ ପ୍ରାୟ ୪୫ ଜଣ ବରିଷ୍ଠ ନାଗରିକଙ୍କୁ ପୁସ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରିଥିଲେ। ଏହି କାର୍ଯ୍ଯକ୍ରମ ଶେଷରେ ସାମାଜିକ କର୍ମୀ ବିଜନ ମହାପାତ୍ର ସମସ୍ତ ବରିଷ୍ଠ ନାଗରିକ, ଅତିଥି ଓ ଶ୍ରୀ ଶ୍ରୀ ରଘୁନାଥଜୀଉ ଚାରିଟେବୁଲ ଟ୍ରଷ୍ଟ କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ l ଶେଷରେ ସମସ୍ତ ନିମନ୍ତ୍ରୀତ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l
