ରାମେଶ୍ୱର ଶିବ ମନ୍ଦିର ପରିଚାଳନା କମିଟି ବୈଠକ
ରିପୋର୍ଟର : (ଗୋକୁଳାନନ୍ଦ ବେହେରା।)
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଇସିଙ୍ଗା ପଞ୍ଚାୟତ ର ତେନ୍ତୁଳିସିଂହା ସ୍ଥିତ ସର୍ବ ପୁରାତନ ଶୈବପୀଠ ରାମେଶ୍ୱର ଶିବ ମନ୍ଦିର ପରିଚାଳନା କମିଟିର ଏକ ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ପରିଚାଳନା କମିଟିର ସଭାପତି ଶିଶିରକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ପାର୍ବତୀ ମନ୍ଦିର ର ପ୍ରତିଷ୍ଠା ଦିବସ ସଂପର୍କ ରେ ଆଲୋଚନା କରିଥିଲେ l ଆଗାମୀ ମକର ସଂକ୍ରାନ୍ତି ଦିନ ପ୍ରତିଷ୍ଠା ଦିବସ ପାଳନ କରିବାକୁ ସ୍ଥିର ହୋଇଥିବା ବେଳେ ଦେବୋତ୍ତର ବିଭାଗ କୌଣସି ଖର୍ଚ୍ଚ କରୁନଥିବାରୁ ଶ୍ରଦ୍ଧାଳୁଙ୍କ ସହାୟତା ସକାଶେ ନିଷ୍ପତି ନିଆଯାଇଥିଲା l ଏଥିରେ ବରିଷ୍ଠ ସଦସ୍ୟ ଉଦ୍ୟାଭାନୁ ପଟ୍ଟନାୟକ, ଭାସ୍କର ଚନ୍ଦ୍ର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ l
