କନିଷ୍ଠ ଯନ୍ତ୍ରୀଙ୍କର ହୃଦଘାତରେ ମୃତ୍ୟୁ
ରିପୋର୍ଟର , ବିଷ୍ଣୁ ପ୍ରାସାଦ ସେଠୀ
କାମାକ୍ଷାନଗର,ତା୦୮/୦୧/୨୦୨୬ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ଦାସଙ୍କ ର ହୃଦଘାତ ରେ ପରଲୋକ ହୋଇଯାଇଛି l ସ୍ବର୍ଗତ ଦାସ ବୁଧବାର ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ମୃତ୍ୟୁ ଖବର ପ୍ରଚାର ହେବା ପରେ ଗୁରୁବାର ପୂର୍ବାହ୍ନରେ ବହୁ ଲୋକ ଡାକ୍ତରଖାନରେ ପହଞ୍ଚି ଥିଲେ l ସେଠାରୁ ଏକ ଶୋଭାଯାତ୍ରାରେ ନିଆଯାଇ ବ୍ଲକ କଲୋନୀ ଓ ପରେ ବ୍ଲକ କାର୍ଯ୍ୟାଳୟରେ ରଖାଯାଇଥିବା ବେଳେ ବିଡ଼ିଓ ପ୍ରଭୁକଲ୍ୟାଣ ଦାସଙ୍କ ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀବୃନ୍ଦ ତାଙ୍କର ଶେଷ ଦର୍ଶନ କରିଥିଲେ l ପରେ ତାଙ୍କ ପୈତୃକ ଗୃହ ଜଗତସିଂହପୁର କୁ ନିଆଯାଇ ଶେଷକୃତ୍ୟ ସଂପର୍ଣ୍ଣ କରାଯାଇଛି l
