ସଂସ୍କାର ପବ୍ଲିକ ସ୍କୁଲ ର ଷଷ୍ଠତମ ବାର୍ଷିକ ଉତ୍ସବ
କାମାକ୍ଷାନଗର, କାମାକ୍ଷାନଗର ଉପଖଣ୍ଡ ରହଣିସ୍ଥିତ ସଂସ୍କାର ପବ୍ଲିକ ସ୍କୁଲ ର ଷଷ୍ଠତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଉତ୍ସବରେ ଶାସ୍ତ୍ରୀୟ ସଂଗୀତ ଗାୟକ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷା ସହିତ ସଂଗୀତକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ l ଇସ୍ରୋ ର ଅବସରପ୍ରାପ୍ତ ବୈଜ୍ଞାନିକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ମୁଖ୍ୟଵକ୍ତା ଭାବେ ଯୋଗଦେଇ ଗୋଟେ ଗାଁ ରୁ ଆସି ନିଜ ଲକ୍ଷ ସ୍ଥଳରେ ପହଞ୍ଚି ପାରିଥିବା ସଂପର୍କରେ ଆଲୋକପାତ କରି ପ୍ରତ୍ୟେକ ବିଦ୍ୟାର୍ଥୀ ଶିକ୍ଷା ଦିଗରେ ମନୋନିବେଶ କରିପାରିଲେ କେବଳ ଚନ୍ଦ୍ର ନୁହେଁ ସୌର ଜଗତ ବାହାରେ ଥିବା ତାରକା ମାନଙ୍କ ସଂପର୍କ ରେ ଆସିବା ସୁବିଧା ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ l ବିଦ୍ୟାଳୟର ଅଧ୍ୟକ୍ଷ ଶାନ୍ତନୁ ଚାଟର୍ଜୀ ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ କାମାକ୍ଷାନଗର ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ମେଜର ପ୍ରଭାତ କୁମାର ଦାଶ,ଡମ୍ବରୁଧର ମହନ୍ତ, ପ୍ରିୟମ୍ବଦା ବିଶ୍ୱାଳ, ସତିପ୍ରଭା ପାତ୍ର, ବିପିନି ବିହାରୀ ପତି, ହରିହର ମିଶ୍ର, ପ୍ରମୋଦ କୁମାର ବେହେରା, ରଞ୍ଜନ କୁମାର ରାଉତ,ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିସହିତ ବିଭିର୍ନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା l ଖରାବେଳେ ଏକାଡେମୀର ଅଧ୍ୟକ୍ଷ ଅନିଲ କୁମାର ଜେନା ଧନ୍ୟବାଦ ଦେଇଥିଲେ l ଅନୁଷ୍ଠାନ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷକର୍ମଚାରୀ କାର୍ଯ୍ୟକ୍ରମ ରେ ସହାୟତା ପ୍ରଦାନ କରିଥିଲେ l
