ପାଣି ପଞ୍ଚାୟତ ପକ୍ଷ ପାଳିତ
କାମାକ୍ଷାନଗର, କାମାକ୍ଷାନଗର ରେଙ୍ଗାଳି ବାମବନ୍ଧ କେନାଲ ବିଭାଜନ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଣି ପଞ୍ଚାୟତ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଅମୀୟ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ଶତ୍ରୁଘ୍ନ ଜେନା ଯୋଗଦେଇ ସୁଷମ ଜଳ ବଣ୍ଟନ ଦ୍ୱାରା ସମସ୍ତ ଜମିରେ ଜଳସେଚନ ସୁବିଧା ଜନକ ବୋଲି ମତବ୍ୟକ୍ତ କରିଥିଲେ l ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରା ଯୋଗଦେଇ ଚାଷୀମାନେ ସଂଗଠିତ ମାଧ୍ୟମରେ ଜଳସେଚନ ପ୍ରକ୍ରିୟାରେ ସାମିଲ ହେବା ସକାଶେ ପରାମର୍ଶ ଦେଇଥିଲେ l ଏଥିରେ ପାଣି ପଞ୍ଚାୟତର ସଦସ୍ୟ ନଗଣ୍ୟ ଥିବା ବେଳେ ବିଜେପି ର ଦଳୀୟ କର୍ମକର୍ତ୍ତାଙ୍କର ଗହଳିରେ ପକ୍ଷ ପାଳିତ ହୋଇଥିବାର ସାଧାରଣରେ ଚର୍ଚ୍ଚା ହେଉଛି l
