*ଭେଜିଗୋରା ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*
- ହରଭଙ୍ଗା :-ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସ୍ଥିତ ଭେଜିଗୋରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆସନ୍ତା ୭ ତାରିଖ ରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ରାଜ୍ୟ ସରକାର ଙ୍କର ପ୍ରସ୍ତାବିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ନୂତନ ଭିତ୍ତିପ୍ରସ୍ତର ସ୍ଥାପନ କାଯର୍ଯକ୍ରମ ଅନୁଷ୍ଠିତ ହେବ। ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେର ଙ୍କ ନିର୍ଦ୍ଦେଶ ରେ ସହ ଗୋଷ୍ଠୀ ଅଧିକାରୀ ଭୁବନେଶ୍ବର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ପ୍ରସ୍ତୁତି ବୈଠକରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶିକେଶନ ବେହେରା ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୁରନ୍ଦର ରଣା ପ୍ରମୁଖ ମଚାଂସିନ ଥିଲେ। କାଯର୍ଯକ୍ରମ ର ସଫଳତା ପାଇଁ ବିଭିନ୍ନ କମିଟି କୁ ଦାୟିତ୍ବ ବଣ୍ଟନ କରାଯାଇଥିଲା ।ଏହି ପ୍ରସ୍ତୁତି ବୈଠକରେ କମିଟି କର୍ମକର୍ତ୍ତା , ସି ଆର ସି ସି,ଗ୍ରାମ ଶିକ୍ଷା କମିଟି ଓ ବିଦ୍ୟାଳୟ ର ଶିକ୍ଷକ ମାନେ ଉପସ୍ଥିତ ଥିଲେ।
