ଯୁବ ବ୍ୟବସାୟୀ ଙ୍କ ହୃଦଘାତରେ ମୃତ୍ୟୁ।
ସୋର (ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ)::: ହୃଦଘାତରେ ଯୁବକ ଙ୍କ ମୃତ୍ୟୁ। ସୂଚନାଯୋଗ୍ୟ ସୋର ପୈରପାଳିକା ଅନ୍ତର୍ଗତ ୧୫ ନମ୍ବର ୱାର୍ଡ ମୋବାରକପୁର ଗ୍ରାମ ଯୁବ ବ୍ୟବସାୟୀ ତଥା ସୋର ଅଡଙ୍ଗ ବଜାର ସ୍ଥିତ ଅରୋ ଫାର୍ମାସ୍ୟୁଟକାଲସ ପରିଚାଳକ ସୁରେଶ କୁମାର ପ୍ରଧାନ(୫୦) ଙ୍କ ଲିଭର ସିରୋସିସ୍ ଓ ହୃଦଘାତରେ ଆଜି ଭୋର୍ ସମୟରେ ସୋର ଡାକ୍ତରଖାନା ରେ ମୃତ୍ୟୁ ହୋଇଯାଇଛି। ସେ ଗତ କିଛିଦିନ ହେବ ଗୁରୁତର ଅବସ୍ଥାରେ ନିଜ ପୈତୃକ ଘରେ ଚିକିତ୍ସିତ ହେଉଥିଲେ। ଭୋର୍ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇଁ ଅନେକ ବ୍ୟବସାୟୀ ତାଙ୍କ ମରଶରୀର ରେ ପୁଷ୍ପମାଲ୍ୟ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସୋର ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
