NSS ର ଶୀତ କାଳୀନ ସୂତନ୍ତ୍ର ଶିବିର
ସୋର(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ)::: ସୋର ବ୍ଲକ ଅନ୍ତର୍ଗତ ସାରସ୍ୱତ ମହାବିଦ୍ୟାଳୟ ର ଜାତୀୟ ସେବା ସଂଗଠନ ର NSS-Co-Unit ତରଫରୁ ଏକ ସୀତାକାଳୀନ ସୂତନ୍ତ୍ର ଶିବିର 25-Dec-2025 ରୁ 31-Dec-2025 ଯାଏ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମ କୁ ସାରସ୍ୱତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ଡମ୍ବୁରୁଧର ଭୋଳ ଉଦ୍ ଘାଟନ କରିଥିବା ବେଳେ , ସଂସ୍କୃତ ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ଅଜୟ କୁମାର ପରିଡା, ବାଣିଜ୍ୟ ବିଭାଗର ଅଧ୍ୟାପକ କ୍ଷମlସାଗର ବେହେରା, ରାଜନୀତି ବିଜ୍ଞାନ ର ଅଧ୍ୟାପକ ଗୋପୀନାଥ ଦାଶ, ଡ଼ ଗୟାଧର ମଲ୍ଲିକ, ଶିକ୍ଷା ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ଖଗେନ୍ଦ୍ର ମହାନ୍ତି, ଇଂରାଜୀ ବିଭାଗର ଅଧ୍ୟାପିକା ଦେବୀପ୍ରଭା ହାତୀ, ଉଦ୍ଭିଦ ବିଭାଗର ଅଧ୍ୟାପିକା ବିଜୟଲଷ୍ମୀ ଦାସ, ସଂସ୍କୃତ ବିଭାଗର ଅଧ୍ୟାପକ ରାଜାରାମ ମଲ୍ଲିକ EX-NSS ପ୍ରୋଗ୍ରାମ ଅଫିସର ଶ୍ରୀଯୁକ୍ତ ହରିହର ଦାସ ପ୍ରମୁଖ ଯୋଗଦାନ କରିଥିଲେ । ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ମାନସ କୁମାର ପଣ୍ଡା, ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ, ପଚାଶ ଜଣ ସ୍ଵେଛାସେବି ମାନଙ୍କୁ ନେଇ ଏହି ଶିବିରଟି ପାଖର ପଞ୍ଚାୟତ ମଲ୍ଲିପୁର ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ସରକାରୀ ପ୍ରାଥମିକ ବିଦ୍ୟାଳୟ ମଲ୍ଲିପୁର ଠାରେ ଶିବିଆର୍ଥ ମାନେ ଉକ୍ତ କାର୍ଯ୍ୟକ୍ରମ କୁ ବେଶ ମନଭରି ଉପଭୋଗ କରିଥିଲେ।
ଏହି ଶିବିରକୁ ପରିଦର୍ଶନ କରିବାକୁ ଆସିଥିଲେ ଶ୍ରୀଯୁକ୍ତ ଗୌରାଙ୍ଗ ପଣ୍ଡା DPO, ବାଲେଶ୍ୱର ଫକିର ମୋହନ ୟୁନିଭରସିଟି , ଜାତୀୟ ସେବା ଯୋଜନା ତରଫରୁ ପ୍ରଦୀପ କୁମାର ମୁଦୁଲି, ପାଳିଆ ବିନ୍ଧା ମହାବିଦ୍ୟାଳୟର ପୂର୍ଵତନ ଅଧ୍ୟକ୍ଷ ଶ୍ରୀଯୁକ୍ତ କମଳାକାନ୍ତ ବିଶ୍ୱାଳ, ସମାଜ ସେବି ଜୟନ୍ତ କୁମାର ପ୍ରଧାନ, ସାରସ୍ୱତ ବିଦ୍ୟାଳୟର ପୂର୍ଵତନ ପ୍ରୋଗ୍ରାମ ଅଫିସର ରଜନୀ କାନ୍ତ ପାଣିଗ୍ରାହୀ, ଅନ୍ୟତମ ବିଶିଷ୍ଟ ବ୍ୟକ୍ତି ଶ୍ରୀଯୁକ୍ତ ପ୍ରତାପ କେଶରୀ ଲେଙ୍କା , ମଲ୍ଲିପୁର ପ୍ରାଥମିକ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ସୌମ୍ୟରଂଜନ ଦାସ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଉକ୍ତ ଗ୍ରାମର ଗ୍ରାମବାସୀମାନେ, ପ୍ରାଥମିକ ବିଦ୍ୟାଳୟ ସମସ୍ତ ଶିକ୍ଷକ, ଶିକ୍ଷାର୍ଥୀ ପିଲାମାନଙ୍କୁ ସହଯୋଗ ର ହାତ ବଢ଼େଇଥିଲେ । ରାସ୍ତାଘାଟ ସଫେଇ, ପଦଯାତ୍ରା ମାଧ୍ୟମରେ ଜନସାଧାରଙ୍କୁ ସଚେତନ କରାଯାଇଥିଲା । ବିଦ୍ୟାଳୟ ପରିସରରେ ସମସ୍ତ ସଫେଇ କାର୍ଯ୍ୟ, ବୃକ୍ଷରୋପଣ, ଏହାଛଡା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପିଲାମାନେ ଅଂଶ ଗ୍ରହଣ କରିଥିଲେ । ପିଲାମାନଙ୍କ ମଧ୍ୟରେ ବିଭିନ୍ନ ଅନ୍ତର୍ନିହିତ ପ୍ରତିଭାର ପ୍ରତିଯୋଗିତା ଅନୁଷ୍ଠିତ ହାଇଥିଲା ଶେଷରେ ସମସ୍ତଙ୍କୁ ମାନପତ୍ର ପ୍ରଦାନ କରି ଶିବିରଟି ଶେଷ ହୋଇଥିଲା । ଏହି ଶିବିରରେ ସ୍ଵେଛାସେବି ମାନଙ୍କୁ କାର୍ଯ୍ୟରେ ଉକ୍ତ ଗ୍ରାମର ଗ୍ରାମବାସୀ ମାନେ ସହଯୋଗର ହାତ ବଢ଼ାଇ ଶିବିର ଟି କୁ ସାଫଲ୍ୟ ମଣ୍ଡିତ କରିଥିଲେ।
