*ଖଡିଆଳ ସାପ୍ତାହିକ ବଜାର ପ୍ରାଙ୍ଗଣ ରେ ଭଙ୍ଗା ରୁଜ୍ଜା, ଏନ୍ ଏ ସି ଦ୍ଵାରା ନିର୍ମିତ ବଜାର ଘର କୁ ଭାଙ୍ଗିଲେ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୬.୧୨.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସାପ୍ତାହିକ ବଜାର ପ୍ରାଙ୍ଗଣ ରେ ଭଙ୍ଗା ରୁଜ୍ଜା କରିଥିବା ବେଳେ ଏନ୍ ଏ ସି ଦ୍ଵାରା ନିର୍ମିତ ବଜାର ଘର କୁ ମଧ୍ୟ ଭାଙ୍ଗିଲେ। ଏହି ବଜାର ପ୍ରାଙ୍ଗଣ ରେ ସହର ବସ୍ତି ବାସିନ୍ଦା ଙ୍କୁ ଗୃହ ପ୍ରଦାନ କରିଥିବା ବେଳେ ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ଶେଷ ହେଉଥିବା ବହୁମୁଖି ସମ୍ମିଳନୀ କକ୍ଷ ମଧ୍ୟ ରହିଅଛି ଏହି ବଜାର ପଡିଆ ରେ ଉଦ୍ୟାନ ନିର୍ମାଣ ହେବା ସହ ଭିତ୍ତି ଭୂମି ର ବିକାଶ କରିବା ପାଇଁ ଭଙ୍ଗା ରୂଜ୍ଜା ହୋଇଅଛି ବୋଲି ବିଭାଗ ପକ୍ଷ ରୁ ପ୍ରକାଶ। ଜନସାଧାରଣ ଙ୍କ ପାଇଁ ଉଦ୍ଧିଷ୍ଟ ସାମାଜିକ ପର୍ବ ପାଳନ ରେ ସହାୟକ ହେବ ବୋଲି ଆହ୍ବାନ କରିଛନ୍ତି। ନିକଟ ରେ ଖଡିଆଳ କଲ୍ୟାଣ ମଣ୍ଡପ ୧ ମଧ୍ୟ ଭାଙ୍ଗି ଧ୍ଵଂସ କରିଥିବା ବେଳେ ସେଠାରେ ମଧ୍ୟ ବହୁମୁଖି ହାଲ ନିର୍ମାଣ ହେବା ସାଙ୍ଗକୁ ଆବଶ୍ୟକ ଦୃଷ୍ଟି ରୁ ସରକାରୀ କାର୍ଯ୍ୟାଳୟ ନିର୍ମାଣ ହେବ ବୋଲି ଆହ୍ବାନ କରିଛନ୍ତି। ଭଙ୍ଗା ରୁଜା କାର୍ଯ୍ୟ ସମାପନ ହୋଇଅଛି।
