ରୋଇଡା ପ୍ରିନ୍ସ କ୍ଳବର ୯ତମ ଫୁଟବଲ୍ ଟୁର୍ନାମେଣ୍ଟ ଉଦଯାପିତ l
ଯୋଡ଼ା 25/12/25 : ମହା ଆଡ଼ମ୍ବର ସହକାରେ ରୋଇଡା ପ୍ରିନ୍ସ କ୍ଳବ୍ ପକ୍ଷରୁ ୯ତମ ବାର୍ଷିକ ବନ୍ଧୁତା ଫୁଟବଲ୍ ଖେଳ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅଧୀନ ରେ ଥିବା ରୋଇଡ଼ା ଗ୍ରାମର କାଂହ୍ନୁ ଓରାମ ଙ୍କ ନେତୃତ୍ୱରେ ଦୁଇ ଦିନଧରି ଆୟୋଜିତ ହୋଇଥିବା ବାର୍ଷିକ ବନ୍ଧୁତା ଫୁଟବଲ ଖେଳ ପ୍ରତିଯୋଗିତା ମହା ଆଡ଼ମ୍ବର ସହକାରେ ପାଳନ କରାଯାଇଛି। ଏହି ପ୍ରତିଯୋଗିତା ରେ ୩୨ ଗୋଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ସେଥି ମଧ୍ୟରୁ ଦୁଇ ଗୋଟି ଦଳ ଫାଇନଲ ରେ ପ୍ରବେଶ କରିଥିଲେ, ଯୋଡ଼ା ଅଞ୍ଚଳର ଦଳ ଗେଲ୍ହି ଏଣ୍ଡ ଗେଲ୍ହି କୁ ଗୋଟିଏ ଗୋଲ ରେ ପରାସ୍ତ କରି ଗୁଆଲି ଅଞ୍ଚଳର ରାଜ୍ ଥ୍ରି ତ୍ରିପୋଲ ଫାଇପ୍ ଦଳ ସତୁରି ହଜାର ରାଶି, ଏକ ଖାସି ଏବଂ ଟ୍ରଫି ପୁରସ୍କାର ଜିତିଵା ସହିତ ଚମ୍ପିୟାନ ହୋଇଥିଲା। ସେହିପରି ଭାବେ ଫାଇନାଲ ମ୍ୟାଚରେ ରନର୍ସ ଦଳ ଗେଲ୍ହି ଏଣ୍ଡ୍ ଗେଲ୍ହିକୁ ୫୦ ହଜାର ଟଙ୍କାର ରାଶି ପୁରସ୍କୃତ କରାଯାଇଥିଲା l ଏହି ଖେଳ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ବଡ଼ବିଲ ଅଞ୍ଚଳର ଜଣାଶୁଣା ବିଜେପି ନେତା ଚନ୍ଦ୍ରଗୁପ୍ତ ପ୍ରାସାଦ ଓରଫ (ଡ଼ବ୍ଲୁ ଭାଇ) ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ଯୋଡ଼ା ପୌରୋପାଳିକା ର ସାଂସଦ ପ୍ରେତିନିଧି BN ଦାସ୍ , ସମଜ୍ ସେବୀ ସୁନିଆଁ ମୁଣ୍ଡା, ବିଷ୍ଣୁ ପ୍ରସାଦ ଗୁପ୍ତା, ଗଣେଶ୍ୱର ପାତ୍ର, ରୁଗୁଡ଼ି ଥାନା ଅଧିକାରୀ, ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ l ଖେଳ ର ସମ୍ପୁର୍ଣ୍ଣ ବିବରଣୀ ଦେଉଥିଲେ ଭାସ୍ଵକାର କ୍ଷୀରୋଦ କୁମାର୍ ଗିରି l
