ଅଟଳ ବିହାରି ବାଜପାୟୀଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ପାଳିତ।
ସୋରୋ (ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ)::: ଆଜି ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପାୟୀଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ସୋରୋ ବ୍ଲକ ଅନ୍ତର୍ଗତ କେଦାରପୁର ଗ୍ରାମ ପଞ୍ଚାୟତ ଯୁଗୁରା ମଣି ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇ ଯାଇଅଛି।ଏହି ଅବସରରେ ସ୍ବଚ୍ଛତା, ବୃକ୍ଷ ରୋପଣ,ପଦଯାତ୍ରା, ହନୁମାନ ଚାଳିଶା ପାଠ, ଓ ସୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା।ଏହି ସ୍ମୃତି ଚାରଣ ସଭାରେ ବିଜେପିର ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ମିହିର ପାଣି ସଭାପତିତ୍ବ କରିଥିବା ବେଳେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଖଗେନ୍ଦ୍ର ପ୍ରଧାନ, କାଂଶବାଂଶ ମଣ୍ଡଳ ସଭାପତି ମନୋରଞ୍ଜନ ବାରିକ,ପୂର୍ବତନ ମଣ୍ଡଳ ସଭାପତି ସିଦ୍ଧାର୍ଥ ଶଙ୍କର ବେହେରା,ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ ସନ୍ଦୀପ ଚକ୍ରବର୍ତ୍ତୀ,ବରିଷ୍ଠ କାର୍ଯ୍ୟକର୍ତ୍ତା ମହିରଞ୍ଜନ ବେହେରା,ପଞ୍ଚାୟତ ପ୍ରମୁଖ ବଦ୍ରି ନାରାୟଣ ମହାନ୍ତି,ପୂର୍ବତନ ପଞ୍ଚାୟତ ସଭାପତି ଗଙ୍ଗାଧର ବେହେରା,ନାଇବ୍ ସରପଞ୍ଚ ବସନ୍ତ କୁମାର ବେହେରା,ୱାର୍ଡ ସଭ୍ୟ ଗଣେଶ ଜେନା,ସୁକାନ୍ତି ଜେନା,ପୂର୍ବତନ ୱାର୍ଡ ମେମ୍ବର ଶଙ୍କର୍ଷଣ ନାୟକ,ମାୟାଧର ସେଠୀ,ରମେଶ ହୋତା, ଯୁବ ନେତା ରମେଶ ଲେଙ୍କା ସ୍ୱର୍ଗତ ଅଟଳ ଜୀଙ୍କ ଜୀବନ ଆଦର୍ଶ ଉପରେ ଆଲୋଚନା କରିଥିବା ବେଳେ,ସର୍ବଶ୍ରି ରମାକାନ୍ତ ବିଶ୍ଵାଳ,ଗଙ୍ଗାଧର ବାରିକ,ପ୍ରକାଶ ପ୍ରଧାନ,ସଦାଶିବ ପାତ୍ର,ସସ୍ମିତା ସିଂହ,ଗଣେଶ ଦଳେଇ,ମାୟାଧର ବେହେରା,ନାରାୟଣ ନାୟକ,ଲମ୍ବୋଦର ସାହୁ,ନାରାୟଣ ହୋତା,ସଞ୍ଜୟ ଦାସ,ବିଦ୍ୟାଧର ପତ୍ର,ପର୍ଶୁରାମ ନାୟକ,ଭାସ୍କର ପରିଡ଼ା,ଦିଲ୍ଲୀପ ଦାସ,ଗଙ୍ଗାଧର ପାତ୍ର,ନରେନ୍ଦ୍ର ବାରିକଙ୍କ ସମେତ ଶହ ଶହ କାର୍ଯ୍ୟକର୍ତ୍ତା ଉପସ୍ଥିତି ରହି ସ୍ୱର୍ଗତ ଅଟଳ ଜୀଙ୍କୁ ଭକ୍ତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାବେଳେ,ବସନ୍ତ ପାଣି,ହରିହର ନାୟକ,ଅରୁଣ ନାୟକ,ସମରେନ୍ଦ୍ର ପାଣି,ହରେନ୍ଦ୍ର ପ୍ରଧାନ,ମାୟାଧର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ସର୍ବ ଶେଷରେ ପୂର୍ବତନ ପଞ୍ଚାୟତ ସଭାପତି ଶଶଧର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
