ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ ପାଳିତ
କାମାକ୍ଷାନଗର ରିପୋର୍ଟର – ସତ୍ୟବାଦୀ ସେଠୀ
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ
ଜନ୍ମଦିନ ରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି l
ଜିଲ୍ଲା ସଭାପତି ଧର୍ମାନନ୍ଦ ପରିଡା ଙ୍କ ଆୟୋଜନରେ ଅନନ୍ତପୁର ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ସମସ୍ତ କର୍ମୀ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବସଷ୍ଟାଣ୍ଡ ଠାରେ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା l କାର୍ଯ୍ୟାଳୟ ଠାରେ ଭୁବନ ବ୍ଲକ ର ପୂର୍ବତନ ନଗରପାଳ ଙ୍କ ସହ କାମାକ୍ଷାନଗର ଓ ଭୁବନ ବ୍ଲକ୍ ଅଧ୍ୟକ୍ଷ ଯୋଗଦାନ କରିଥିଲେ l ବ୍ଲକ୍ ସଭାପତି,ଛାତ୍ର ବି ଜେ ଡି ସଭାପତି , ମହିଳା ବି ଜେ ଡି ସଭାପତି,ସଭ୍ୟା ମାନେ ,ବିଭିନ୍ନ ୱାର୍ଡ ର କାଉନସିଲ ମାନେ
ଉପସ୍ଥିତ ଥିଲେ l ଆଗାମୀ ଦିନରେ ଦଳକୁ କିପରି ସୁପରିଚାଳନା ସଂଗଠନ ଓ ରୂପରେଖ ବିଷୟରେ ଆଲୋଚନା ହୋଇଥିଲା l ଏହି ତିରିଶ ତମ ପ୍ରତିଷ୍ଠା ଦିବସରେ ପଂଚାୟତ ତଥା ବ୍ଲକ୍ ର ବିଭିନ୍ନ ଗ୍ରାମରୁ ବି ଜେ ଡି କର୍ମୀ ମାନେ ଯୋଗ ଦେଇଥିଲେ ।
