ବାଗୁଡ଼ି ସ୍ୱାସ୍ଥ୍ୟକେନ୍ଦ୍ରରେ ଜନଆରୋଗ୍ୟ ସମିତି ବୈଠକ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର) ସୋର ବ୍ଲକ ବାଗୁଡ଼ି ସ୍ୱାସ୍ଥ୍ୟକେନ୍ଦ୍ରରେ ଜନଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ ହୁଇଯାଇଛି । ଏହି ବୈଠକରେ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଅଧିକାରୀ ଡା. କାଶୀନାଥ ପଣ୍ଡା, ବାଗୁଡ଼ି ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଅଧିକାରୀ ଡା. ଲକ୍ଷ୍ମୀପ୍ରସାଦ ରାଉତ ଚଳିତ ମାସରୁ ବାଗୁଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସୂତି ମାନଙ୍କର ପ୍ରସବ ଆରମ୍ଭ ହେବାକୁ ଯାଉଥିବା ବେଳେ ଆବଶ୍ୟକିୟ ଷ୍ଟାଫ, ହାଉସକିପର, ସିକ୍ୟୁରିଟି, ନର୍ସିଙ୍ଗ ଅଫିସର ଆଦି ଆବଶ୍ୟକ ବୋଲି ବୈଠକ ଆଲୋଚନା କରାଯାଇଥିଲା । ଲେବରରୋମ, ଡ୍ରେନେଜ ସିଷ୍ଟମ ସମସ୍ୟା, ଡାକ୍ତରଖାନାର ମୁଖ୍ୟ ଗେଟ, ଡାକ୍ତର ଏବଂ ଫାର୍ମାସିଷ୍ଟମାନଙ୍କ ପାଇଁ କ୍ୱାଟରର ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା ।ଏହି ସମିତି ବୈଠକରେ ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ନାୟକ, ମହୁମୁହାଣ ସରପଞ୍ଚ ଗଦାଧର ମହାପାତ୍ର, ସିଙ୍ଗାଖୁଣ୍ଟା ସରପଞ୍ଚ ଅନାଦିଚରଣ ସାମଲ, ଏନ. ଏଚ. ଏମ ଜେଏଇ ଭାନୁମତି ମହାଳିକ, ବିଶ୍ୱନାଥ ପାତ୍ର, ସ୍ନେହପ୍ରଭା ପାତ୍ର, ଅନୁପ କୁମାର ନାୟକ, ଶକୁନ୍ତଳା ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
