ବିଶ୍ୱ ଦିବ୍ୟାଙ୍ଗ ଦିବସରେ ଝୁମିଲେ ଛାତ୍ରଛାତ୍ରୀ,
ଚିକିଟୀ -ସମାଜର ସମସ୍ତ ଛାତ୍ର ଛାତ୍ରୀ ରାଷ୍ଟ୍ର ଶକତି। ସେମାନଙ୍କ ଉପଯୁକ୍ତ ଦକ୍ଷତା ବୃଦ୍ଧି ସହ ସକ୍ରିୟ ଯୋଗଦାନ ବିନା ବିକଶିତ ଭାରତର ସ୍ୱପ୍ନ ଅଧୁରା ରହିଯାଇପାରେ । ଏଣୁ ସଭିଙ୍କୁ ଉତ୍ସାହିତକରିବା ସହ ସେମାନଙ୍କ କ୍ଷମତାକୁ ଉପଯୋଗକରି ସୁରାଷ୍ଟ୍ର ସଶକ୍ତରାଷ୍ଟ୍ର ଗଠନକରିବା , ସେମାନଙ୍କ ସମସ୍ୟାକୁ ବୁଝି ସହାୟତା ପ୍ରଦାନକରିବା, ସମାଜର ମୁଖ୍ୟସ୍ରୋତରେ ସେମାନଙ୍କୁ ଯୋଡିବା ସର୍ବୋପରି କଠିନ ଜୀବନ ପାଇଁ ଉଦାର ହୃଦୟକୁ ଖୋଲା ରଖିବା ଉଦ୍ଦେଶ୍ୟରେ ବ୍ଲକସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ରାଜକବି ରାଧା ମୋହନ ବିଦ୍ୟାପୀଠରେ ବି ଆର ଟି ତାରା ପ୍ରସାଦ ପ୍ରଧାନ,ପ୍ରସନ୍ନ କୁମାର ବେହେରା ଓ ତାଙ୍କ ସାଥିଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସି ଡି ପି ଓ ଗୀତାଞ୍ଜଳି ପାଣିଗ୍ରାହୀ, ସମ୍ମାନିତଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗଭୂଷଣ ମାଝି,ବି ଆର ସି ସି ତ୍ରିନାଥ ମଲିକ, ପ୍ରଧାନ ଶିକ୍ଷକ ବାସୁଦେବ ମହାନ୍ତି, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ମେଘନାଥ ବେହେରା, ନାୟକ ସେଠୀ, ଅଵସରପ୍ରାପ୍ତ ବି ଆର ସି ସି ନିଗମାନନ୍ଦ ପଣ୍ଡା, ଅତିରିକ୍ତ ଥାନା ଅଧିକାରୀ ଚିକିଟୀ ପ୍ରମୁଖ ମଞ୍ଚ ଅଳଙ୍କୃତ କରିଥିଲେ । ଏଥିରେ ୧୦୦ ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ସେମାନଙ୍କ ପିତାମାତା ଯୋଗଦେଇ କାର୍ଯ୍ୟକ୍ରମର ପ୍ରଥମ ପର୍ବରେ ସମସ୍ତ ସି ଆର ସି ସି,ଶିକ୍ଷକ ଶିକ୍ଷୟିତ୍ରୀ ଏକତ୍ର ରାଲିରେ ବାହାରିଥିଲେ । ଗଞ୍ଜାମ ଜିଲ୍ଲାରୁ ଆସିଥିବା ପ୍ରୟାସ ପତ୍ରିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଚିତ୍ରାଙ୍କନ, ସଙ୍ଗୀତ ଏବଂ ମ୍ୟୁଜିକଲ ଚେୟାର ପ୍ରଭୃତି ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇ ପିଲାଙ୍କ ପ୍ରତିଭାକୁ ପ୍ରମାଣପତ୍ର, ସିଲ ଓ ସାଲ ଉପହରରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଆଦର୍ଶ ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା, ପରିଚାଳନା କରିଥିବା ବେଳେ ସମସ୍ତ ସି ଆର ସି ସି, ବିଚାରକ ମଣ୍ଡଳୀ, ନିମନ୍ତ୍ରିତ ଶିକ୍ଷକ ଶିକ୍ଷୟିତ୍ରୀ, ମନୋଜ ମହାରଣା, ପ୍ରଦୀପ କୁମାର ପ୍ରଧାନ, ତ୍ରିନାଥ ସାହୁ, ରୂପାଙ୍ଗ ବେହେରା, ନବୀନ ବେହେରା ଏବଂ ରାଜକବି ରାଧାମୋହନ ବିଦ୍ୟା ପୀଠର କର୍ମଚାରୀ, ଚିକିଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଚିକିଟୀ ଥାନା ସୁରକ୍ଷା ପ୍ରହରୀ ସମସ୍ତେ ସହଯୋଗ କରିଥିଲେ । ପରିଶେଷରେ ଗସ୍ତଖର୍ଚ୍ଚ ଧରି ସମସ୍ତ ପିତାମାତା ପିଲାମାନଙ୍କୁ ଧରି ଖୁସିରେ ଖୁସିରେ ପ୍ରତ୍ୟାବର୍ତ୍ତନ କରିଥିଲେ । କାର୍ଯ୍ୟକ୍ରମ ଖୁବ୍ ଶୃଙ୍ଖଳିତ ଓ ଆକର୍ଷଣୀୟ ରହିଥିଲା ।
