ହରଭଙ୍ଗା ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ର ସାଧାରଣ ବୈଠକ
( କୃଷ୍ଣ ଚନ୍ଦ୍ର ସିଂହ )
ହରଭଙ୍ଗା ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ର ପଞ୍ଚଦଶ ସାଧାରଣ ଅଧିବେଶନ ଚାରିଛକ ସ୍ଥିତ କେଦାରେଶ୍ୱର ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି l ଜନକ ପାତ୍ର ଙ୍କ ସଭାପତିତ୍ୱରେ ବାଳକୃଷ୍ଣ ନାୟକ ପୂର୍ବ ବୈଠକ ର ବିବରଣୀ ପଠନ କରିଥିଲେ l ପୁରୁଣାକଟକ ଭାରପ୍ରାପ୍ତ ଥାନା ଅଧିକାରୀ ଅରୁଣ କୁମାର ସିଂ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ୪୭ ଜଣ ଙ୍କୁ ବରିଷ୍ଠ ନାଗରିକ ପରିଚୟ ପତ୍ର ବଣ୍ଟନ କରିଥିଲେ l ବୈଠକରେ ୮୭ ଜଣ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ l ବୌଦ୍ଧ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଶିବ ପ୍ରସାଦ ମିଶ୍ର, ସମ୍ପାଦକ ଅକ୍ଷୟ କୁମାର ମହାନ୍ତି, ଉପ-ସଭାପତି ପ୍ରଭାତ କୁମାର ସାହୁ , ଯୁଗ୍ମ ସମ୍ପାଦକ ବିଶ୍ୱନାଥ ମିଶ୍ର,ଉପଦେଷ୍ଟା ବସନ୍ତ ପଟ୍ଟନାୟକ , ଫୁଲବାଣୀ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ସର୍ବେଶ୍ୱର ମିଶ୍ର, ସଂଗଠନ ସମ୍ପାଦକ ଦିଗାମ୍ବର ମହାପାତ୍ର ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ବରିଷ୍ଠ ନାଗରିକ ଙ୍କୁ ବିଭିନ୍ନ ସରକାରୀ ସୁବିଧା ଓ ଭୂମିକା ବିଷୟରେ ଅବଗତ କରାଇଥିଲେ l ବରିଷ୍ଠ ନାଗରିକ ମଞ୍ଚ ହରଭଙ୍ଗା ବ୍ଲକ ର କୋଷାଧକ୍ଷ ପୂର୍ଣ୍ଣଚନ୍ଦ୍ର ସେଠି,କାର୍ଯ୍ୟକାରୀ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, ସହ ସମ୍ପାଦକ ଦୁତି ବାହାନ କମ୍ପ, କାର୍ଯ୍ୟକାରୀ ସଦସ୍ୟ ରବୀନ୍ଦ୍ର ସାହୁ, ଚୈତନ୍ୟ ପ୍ରଧାନ, ଲବ କିଶୋର ପ୍ରଧାନ, ଲବ କୁମାର ଅମାତ ଭାଗିରଥି ଦାସ, କମଳ ଲୋଚନ ସାହୁ,ମନମୋହନ ସାହୁ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ l ଉପ ସଭାପତି ଜନ୍ମେଜୟ ପ୍ରଧାନ ସ୍ୱାଗତ ସମ୍ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ l
