*ସୁନାବେଡ଼ା ଅଭୟାରଣ୍ୟରେ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ, ମାଣ୍ଡିଆ ଚାଷ, ଅମଳ ନେଇ ବିଭାଗୀୟ ପ୍ରୋତ୍ସାହନ,*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟ ର ଗାତିବେଡା ଠାରେ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ମାଣ୍ଡିଆ ଚାଷ, ଅମଳ ନେଇ ବିଭାଗୀୟ ପ୍ରୋତ୍ସାହନ ନେଇ କ୍ଷେତ୍ର ଦିବସ ପାଳିତ। ଏହି କ୍ଷେତ୍ର ଦିବସ ରେ ସ୍ଵେଚ୍ଛା ସେବୀ ସଂଗଠନ ସି,ପି,ଏସ, ଡବ୍ଲୁ, କେନ୍ଦୁଭଟା ଙ୍କ ତତ୍ଵଭଦାନ ରେ ମାଣ୍ଡିଆ କ୍ଷେତ୍ର ଦିବସ ପାଳିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଉପ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ସୋମନାଥ ପାତ୍ର, ଆଞ୍ଚଳିକ ସଂଯୋଜକ ଶ୍ରୀ ଉଦୟ ମଣ୍ଡଳ, ସ୍ୱେଛାସେବୀ ଅନୁଷ୍ଠାନ ସି ପି ଏସ ଡ଼ବ୍ଲୁ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ବିରଞ୍ଚି ନାରାୟଣ ମହାପାତ୍ର, ଜିଲ୍ଲା ସଂଯୋଜକ ଶ୍ରୀ ନରସିଂହ ଜଗତ ଓ ଶତାଧିକ ମିଲେଟ ଚାଷୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ମାଣ୍ଡିଆ ଚାଷ ରେ ଚାଷୀଙ୍କ ଆୟ ଦ୍ଵିଗୁଣ ହେବାକୁ ଥିବା ବେଳେ ସୁସ୍ଥ ଏବଂ ସ୍ୱାସ୍ଥ୍ୟ ସନ୍ତୁଳନ ରହିଥାଏ। ପରିବେଶ ର ସନ୍ତୁଳନ ତଥା ଖାଇବା ଦ୍ଵାରା ଶରୀର ର ଉପକାରିତା ଓ ଆଗାମୀ ଦିନରେ ହେବା କୁ ଥିବା ମାଣ୍ଡିଆ ମଣ୍ଡି ବିଷୟ ରେ ଅବଗତ କରାଇ ଥିଲେ। ଶ୍ରୀ ଅନ୍ନ ଅଭିଯାନ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ସି ପି ଏସ ଦାବ୍ଲୁ, କେନ୍ଦୁଭଟା ର ବ୍ଲକ ସଂଯୋଜକ ଶ୍ରୀ ଉଦେମଣି ନିଆଲ ଓ ଶ୍ରୀ ଗୌତମ ଦୂରିଆ ପରିଚାଳନା କରିଥିଲେ।
