*ନୂଆପଡା ଖଡିଆଳ ରାଜସ୍ୱ ବଙ୍ଗଳା ସମ୍ମୁଖରେ ସଡ଼କ ଦୁର୍ଘଟଣା, ଟ୍ରକ୍ ରେ ପିଟି ହୋଇ ତିନି ବାଇକ୍ ଆରୋହୀ ଗୁରୁତ୍ୱ, ଦୁଇ ଜଣ ଛାତ୍ରୀ ଙ୍କୁ ଖଡିଆଳ ଉପ ଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି,*
ନୂଆପଡା(ମିଖାଏଲ ନନ୍ଦ)
*ନୂଆପଡା ଖଡିଆଳ ରାଜସ୍ୱ ବଙ୍ଗଳା ସମ୍ମୁଖରେ ସଡ଼କ ଦୁର୍ଘଟଣା, ଟ୍ରକ୍ ରେ ପିଟି ହୋଇ ବାଇକ୍ ଚାଳକ ଗୁରୁତ୍ୱ ହୋଇଥିବା ବେଳେ ଦୁଇ ଜଣ ଛାତ୍ରୀ ମଧ୍ୟ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ବାଇକ୍ ଚାଲାକ୍ ଗୁରୁତ୍ୱ ହେବାରୁ ଖଡିଆଳ ଘରୋଇ ମିଶନ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଚିକିତ୍ସିତ ହେଉଛନ୍ତି। ବାଇକ୍ ରେ ଚନାବେଡା ଗ୍ରାମ ର ସୁରେଶ ବେହେରା ତାଙ୍କ ଗ୍ରାମର ଦୁଇ ଛାତ୍ରୀ ଙ୍କୁ ନେଇ ଖଡିଆଳ ଆସୁଥିବା ବେଳେ ଟ୍ରକ୍ କୁ ଓଭରଟେକ l କରୁଥିବା ବେଳେ ଟ୍ରକ୍ ର ପଛ ପଟେ ପିଟି ହୋଇ ଯାଇଥିଲେ। ରାଜସ୍ବ ବଙ୍ଗଳା ଠାରେ ଏହି ଦୁର୍ଘଟଣା ହୋଇଥିଲା। ଦୁଇ ଛାତ୍ରୀ ସୀମା ମାଝୀ ଏବଂ ଟୁନି ମାଝୀ। ଟୁନି ମାଝୀ ଚାନାବେଡ଼ା ଗାଉତିଆ ପଡ଼ା ର ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣେ ଛାତ୍ରୀ ସୀମା ମାଝୀ ଭାଲୁଡ଼ିଙ୍ଗରୀ ର ବୋଲି ଜଣାପଡିଛି। ସୁରେଶ ବେହେରା ଗ୍ୟାରେଜ ମେକାନିକ ଭାବରେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ମିଶନ ରେ ଚିକିତ୍ସା ହେଉଛନ୍ତି।
