ପରଲୋକ କାର୍ଯ୍ୟନିର୍ବାହୀ ଅଧିକାରୀ ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପରଲୋକ ଘଟିଛି। କାର୍ଯ୍ୟନିର୍ବାହୀ ଅଧିକାରୀ ହେଉଛନ୍ତି ରଞ୍ଜିତ ଭୂୟାଁ , ବୟସ ୫୧ ବର୍ଷ, ଗାଧୋଇବା ପାଇଁ ବାଥରୁମକୁ ଯାଇ ଗୋଡ ଖସି ମୁଣ୍ଡ ମାଡ ହୋଇ ଯିବାରୁ ତାଙ୍କ ପରିବାର ସଦସ୍ୟ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ସେରଙ୍ଗ ଥାନା ପୋଲିସ୍ ପହଞ୍ଚି ଅପମୃତ୍ୟୁ ମାମଲା ଦାୟର କରିବା ସହ ଶବ ବ୍ୟବଚ୍ଛେଦ କରାଇଛନ୍ତି। ସେ ଜଣେ ମେଲାପି, ନମ୍ର ଓ କର୍ମଠ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ। ସେ ଗତ ଛଅ ମାସ ତଳେ ମୋହନା ବ୍ଲକ ରୁ ଗୁମ୍ମା ବ୍ଲକ କୁ ବଦଳି ହୋଇ ଆସିଥିଲେ। ତାଙ୍କ ମୃତ୍ୟୁରେ ସରପଞ୍ଚ ସୁଲମି ଶବର, ନାଉମ ଗମାଙ୍ଗ, ପ୍ରଦୀପ ମଣ୍ଡଳ, ଏଡେଙ୍ଗା ଶବର, ପିତମନି ରଇତ, ସମିତି ସଭ୍ୟା ରିବିକା ଗମାଙ୍ଗ, ବୁଲୁ ରଇତ, ବାସନ୍ତୀ ପାଣି, ନାଏବ ସରପଞ୍ଚ ଲକ୍ଷ୍ମଣ କାର୍ଜୀ ପ୍ରମୁଖ ପରିବାର ପ୍ରତି ସମବେଦନା ଜଣାଇବା ସହ ଦୁଃଖ ପ୍ରକାଶ କରିଛନ୍ତି।
