ପୋଖରୀରୁ କାର୍ ସହିତ ଗଳିତ ଶବ ଉଦ୍ଧାର
————————————
ସାରସକଣା(ନି.ପ୍ର):ଅନିଲ କୁମାର ସାହୁ:ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉପର ବେଡ଼ା ଗାଁ ନିକଟସ୍ଥ ପୋଖରୀରୁ କାର୍ ସହିତ ଚଳିତ ଶବ ଉଦ୍ଧାର ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ ସାହାଯ୍ୟରେ କାର୍ କୁ ଉପରକୁ ଆଣି ସେଥିରୁ ଏକ ମୃତଦେହ ଉଦ୍ଧାର କରିଛି। ମୃତଦେହ ଏକ ଯୁବକଙ୍କର ଅଟେ ।ସୂଚନା ଅନୁସାରେ ଉକ୍ତ ଯୁବକଙ୍କ ଘର ବିଶୋଇ ଥାନା ଅଞ୍ଚଳର l ତାଙ୍କର ନାମ ଗୁଲେଶ ଗଚ୍ଛାୟତ ।ଯୁବକଙ୍କ ଜଣକ କିଛି ଦିନ ହେବ ନିଖୋଜ ଥିଲେ ବୋଲି ପରିବାର ଲୋକ ଏ ବିଷୟରେ ବିଶୋଇ ଥାନାରେ ଏତଲା ଦେଇଥିଲେ।ଆଜି ସ୍ଥାନୀୟ ଗାଁ ଲୋକ ପୋଖରୀରେ ଏକ କାର୍ ଭାସୁଥିବାର ଦେଖି ଝାରପୋଖରିଆ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ କ୍ରେନ ସାହାଯ୍ୟରେ ପୋଖରୀ ଭିତରୁ କାର୍କୁ ବାହାର କରିବା ସହିତ ଉକ୍ତ ଯୁବକଙ୍କ ଗଳିତ ମୃତଦେହକୁ ଉଦ୍ଧାର କରିଥିଲା।ଏହି ଘଟଣାକୁ ପୋଲିସ ତଦନ୍ତ ଜାରି ରଖିଛି l ଭଞ୍ଜଦୂତ ଖବର।
