*ଜାତୀୟ ରାଜପଥ 149 ଓ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଙ୍କୁ ଅବଗତ କଲା ବିଜେପି*
ତାଳଚେର : ତାଳଚେର ବ୍ଲକ ର ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା ଓ ସନ୍ଥପଡା ପଂଚାୟତ ବୃନ୍ଦାବନ ବେହେରା ମଣ୍ଡକ ସଭାପତି ସନ୍ତୋଷ ମହାନ୍ତି ବିଭିନ୍ନ ସମସ୍ୟା ନେଇ ଅନୁଗୁଳ ଜିଲ୍ଲାପାଳ ଙ୍କୁ ଭେଟି ଲିଖିତ ଦାବୀ ଉପସ୍ଥାପନ କରିଛନ୍ତି |ତାଳଚେର ବାଇ ପାସ ଠାରୁ ବନରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ 149 ଅବସ୍ଥା ଶୋଚନୀୟ ପ୍ରତିଦିନ ଉକ୍ତ ରାସ୍ତାରେ ଲୋକ ମୃତାହତ ହେଉଛନ୍ତି |ଉକ୍ତ ରାସ୍ତାରୁ ତୁରନ୍ତ ଧୂଳି ଉଠାଇବା ସହ ରାସ୍ତା ମରାମତି କରାଇବା ପାଇଁ ସେମାନେ ଜିଲ୍ଲାପାଳ ଙ୍କ ନିକଟରେ ଦାବୀ କରିଛନ୍ତି |ସନ୍ଥପଡା ପିକନିକ ସ୍ପଟ ର ପୁନଃରୁଦ୍ଧାର ସନ୍ଥପଡା ନୁଆଁ ସାହି ବନ୍ଧ ଉପରେ ବିପଦ ପୁର୍ଣ ଭାବେ ଯାଇଥିବା 33 କେଭି ଇଲେକ୍ଟ୍ରି ଲାଇନ ତାର କୁ ସିଫ୍ଟ କରାଇବା, ରେଙ୍ଗାଲି ରାଇଟ କେନାଲ ତାଳଚେର ବାଇପାସ ଠାରୁ ବନ୍ତୋଲ ପର୍ଯ୍ୟନ୍ତ ଅଳିଆ ଆବର୍ଜନା ରେ ପୁର୍ଣ ହୋଇଛି ଯଦ୍ୱାରା ସାଧାରଣ ଲୋକେ ବହୁ ରୋଗରେ ସମ୍ମୁଖୀନ ହେଉଛନ୍ତି ତୁରନ୍ତ ସଫା କରାଇବା, ଚାଇଁପାଳ ଓଭର ବ୍ରିଜ ର ଉଭୟ ପାର୍ଶ୍ୱରେ ଲାଇଟ ଲଗାଇବା ଇତ୍ୟାଦି ବହୁ ସମସ୍ୟା ନେଇ ଜିଲ୍ଲାପାଳ ଙ୍କୁ ଭେଟିଛନ୍ତି |ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ମଣ୍ଡଳ ସଭାପତି ସନ୍ତୋଷ ମହାନ୍ତି, ସରପଞ୍ଚ ସହଦେଵ ସାହୁ, ଶିବାନନ୍ଦ ଥମ୍ବ, ପ୍ରଶାନ୍ତ ସାହୁ, ବିନୋଦ ସାହୁ, ସୂର୍ଯ୍ୟକାନ୍ତ ସାହୁ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
