*ନୂଆପଡା ଖଡିଆଳ ଓକିଲ ସଂଘ ପକ୍ଷ ରୁ ଏକ ବନ୍ୟ ପକ୍ଷୀ କୁ ଉଦ୍ଧାର କରି ବନ୍ ବିଭାଗ କୁ ହସ୍ତାନ୍ତର, ପକ୍ଷୀ ଚିକିତ୍ସା ପରେ ଜଙ୍ଗଳ ରେ ଛଡା ଯିବା ନେଇ ସୂଚନା*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଖଡିଆଳ ଓକିଲ ସଂଘ ପକ୍ଷ ରୁ ଏକ ବନ୍ୟ ପକ୍ଷୀ କୁ ଉଦ୍ଧାର କରି ବନ୍ ବିଭାଗ କୁ ହସ୍ତାନ୍ତର, ପକ୍ଷୀ ଚିକିତ୍ସା ପରେ ଜଙ୍ଗଳ ରେ ଛଡା ଯିବା ନେଇ ସୂଚନା ଦିଛନ୍ତି। ଆଜି ସକାଳ ୧୦ ଘଣ୍ଟା ସମୟ ମଧ୍ୟରେ ବରିଷ୍ଠ ଆଇନଜୀବୀ କୌଶର ମହମ୍ମଦ ଏବଂ ସତ୍ୟ ଦାଶ ଏକ ପେଚା ପକ୍ଷୀ କୁ ଉଦ୍ଧାର କରିଥିଲେ। ଏହି ପକ୍ଷୀ ଟି କୁ ଆହତ ଥିବା ବେଳେ ତାକୁ ଘଉଡାଇବା ସତ୍ତ୍ୱେ ସେ ଉଡ଼ି ପାରୁ ନଥିବା ଅବସ୍ଥା ଦେଖାଯାଇଥିଲା। ପରେ ଆଇନଜୀବୀ ମାନେ ଏକତ୍ର ହୋଇ ଖଡିଆଳ ବନ ବିଭାଗ କୁ ଯୋଗାଯୋଗ କରିଥିଲେ। ପକ୍ଷୀ ଟି କୁ ବନ୍ ବିଭାଗ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରିଛନ୍ତି। ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସୁରକ୍ଷା ଦୃଷ୍ଟି ରୁ ରଖାଯାଇଛି। ଆସନ୍ତା ଦିନରେ ଚାଡ଼ିବେ ବୋଲି ବନ୍ କର୍ମଚାରୀ ମାନେ ସୂଚନା ଦେଇଛନ୍ତି।ଆଇନ ସହାୟତା ଓକିଲ ଅଭିନବ ନାଏକ, ବିରଜା ସିଂ ଦଳପତି, ଭବାନୀ ଶଙ୍କର ପାଢ଼ୀ, ଦୂତିକୃଷ୍ଣ୍ ବେହେରା, ଙ୍କ ବହୁ ଆଇନଜିବୀ ଯୋଗ ଦେଇଥିଲେ।
