ଶ୍ୟାମସୁନ୍ଦରପୁର ଗ୍ରାମରେ ପ୍ରଥମ ବାର୍ଷିକ ଉତ୍ସବ ଉଜାପିତ, ଚୈତନ ମହାପ୍ରଭୁ ଆଗମନରେ ଚୌପ୍ରହରି ମହାନାମ ଯଜ୍ଞ ଅନୁଷ୍ଠିତ।
ବସ୍ତା:- (ନି ପ୍ର )
ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ନଟାକଟା ପଞ୍ଚାୟତର ଶ୍ୟାମସୁନ୍ଦରପୁର ଗ୍ରାମରେ ୨ ଦିନ ଧରି ଚାଲିଥିବା ମହାପ୍ରଭୁ ଆଗମନରେ ଚୌପ୍ରହରି ମହାନାମ ଯଜ୍ଞ ରଜ କମିଟିର ପ୍ରଥମ ବାର୍ଷିକ ଉତ୍ସବ ମଙ୍ଗଳବାର ଉଯାପିତ ହୋଇଯାଇଛି। ୨ ଦିନ ବ୍ୟାପୀ ଅନୁଷ୍ଠିତ ଚୈତନ ମହାପ୍ରଭୁଙ୍କ ପ୍ରଥମ ବାର୍ଷିକୋତ୍ସବ ରେ ଗ୍ରାମବାସୀଙ୍କ ସମେତ ଆଖପାଖ ଗ୍ରାମରୁ ବହୁ ଶ୍ରଦ୍ଧାଳୁ ଭକ୍ତାଜନ ଚୌତନ ମହାପ୍ରଭୁ ଠାରେ ଭୋଗ ଓ ନୈବେଦ୍ୟ ଅର୍ପଣ କରିଥିଲେ।ଚୌତନ ମହାପ୍ରଭୁ ଅଧିବାସ ପରେ ବଡଚାରିଗାଁ ସଂକ୍ରିତ୍ତନ ମଣ୍ଡଳୀଙ୍କ ଦ୍ୱାରା ନାମ ସଂକ୍ରିତ୍ତନ ପ୍ରବେଷଣ କରାଯାଇ ଥିଲା ବେଳେ ପୂଜା ମଣ୍ଡପକୁ ଯଥାବିଧି ସାଜସଜ୍ଜା କରାଯାଇଥିଲା। ପ୍ରଥମ ବାର୍ଷିକ ଉତ୍ସବରେ ରଜ କମିଟି ଓ ଗ୍ରାମବାସୀ ମଧରେ ବେଶ ଉତ୍ସାହ ଦେଖାଦେଇଥିଲା। ଶ୍ୟାମସୁନ୍ଦରପୁର ଗ୍ରାମ ରଜ କମିଟି ସମସ୍ତ ସଦସ୍ୟ ଓ ଗ୍ରାମବାସୀମାନେ ମହାପ୍ରଭୁଙ୍କୁ ଆଣି ଶ୍ୟାମସୁନ୍ଦରପୁର ଗ୍ରାମ ମହିଳା ସମିତି ଠାରେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯାଇଥିଲା। ରଜ କମିଟି ସଭାପତି ରବୀନ୍ଦ୍ର ପରିଡା, ଭାବେଶ ସାହୁ , ଆଶୁତୋଷ ମହାନ୍ତି, ଆଶିଷ ପରିଡା, ଦେବାଶିଷ ମହାନ୍ତି, ଉତ୍ସବ କୁମାର ପରିଡ଼ା, ଦେବାଶିଷ ଦାସ, ଶମ୍ଭୁନାଥ ପରିଡା, ଓମ ପ୍ରକାଶ ପାତ୍ର, ଶିବ ଶଙ୍କର ଶୂର, ଉତ୍ତମ କୁମାର ଆଚାର୍ଯ୍ୟ, ଦିବ୍ୟ ନାରାୟଣ ଶୂର, ତାତ୍ବାବାଧାନରେ ଆୟୋଜିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ କମିଟି ସହଯୋଗରେ ଆୟୋଜିତ ହୋଇଥିଲା। ଉତ୍ସବ ପ୍ରବଳ ଭିଡ଼ ହୋଇ ଜାଣିଥିଲା। ଠାକୁରଙ୍କ ପୂଜାଅର୍ଚ୍ଚନା କରାଯିବା ସହ ଠାକୁରଙ୍କ ଠାରେ ପ୍ରସାଦ ଲାଗି କରାଯାଇଥିଲା। ମୁଖ୍ୟ ପୂଜକ ଶ୍ରୀ ଶ୍ରୀ ୧୦୮ ଅନନ୍ତ ଦାସ ବାବାଜୀ ମହାରାଜ, ଭାଗବତ ଦାସ ବାବାଜି ମହାରାଜ ଓ ପାର୍ଥଦାସ ମହାରାଜଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା। ରଜ କମିଟି ଓ ଗ୍ରାମବାସୀଙ୍କ ତତ୍ବାବଧାନରେ ପ୍ରସାଦ ସେବନ ଓ ଉତ୍ସବ ଶାନ୍ତିଶୃଙ୍ଖଳା ସହ ସମାପନ ହୋଇ ଥିଲା ବେଳେ ଦୁଇ ଦିନ ଧରି ନାମ ସଂକୀର୍ତ୍ତନ, ରାଗରାଗିଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
