ଉତ୍ତର ବାଲେଶ୍ୱର ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ।
ବସ୍ତା:-(ନି ପ୍ର) ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଉତ୍ତର ବାଲେଶ୍ୱର ଜିଲ୍ଲା ସାମ୍ବାଦିକ ସଂଘ, ବସ୍ତାର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କୁ ନେଇ ରବିବାର ବାହାର୍ଦ୍ଦା ଡାକବଙ୍ଗଳା ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ବୈଠକରେ ସଂଘର ସଦସ୍ୟ ଶିରିଶ ଚନ୍ଦ୍ର ମହାନ୍ତି ସଭାପତିତ୍ବ କରିଥିଲେ। ଆଜିର ଏହି ସାଂପ୍ରତିକ।ପରିସ୍ଥିତିରେ ସମାଜରେ ସାମ୍ବାଦିକଙ୍କ ଉପରେ ବଢ଼ି ବଢ଼ି ଚାଲିଥିବା ଆକ୍ରମଣ ବିରୁଦ୍ଧରେ ସରକାର ଏକ ନିର୍ଦ୍ଦିଷ୍ଟ ଆଇନ ପ୍ରଣୟନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବରେ ବସ୍ତା ଏସଡ଼ିପିଓ ମାନସ ରଞ୍ଜନ ଦେଓ, ସମ୍ମାନିତ ଅତିଥି ସୁମନ୍ତ କୁମାର ଜେନା, ମୁଖ୍ୟବକ୍ତା ଅବସରପ୍ରାପ୍ତ ସିଦ୍ଧେଶ୍ୱର ମହାବିଦ୍ୟାଳୟର ଅଧକ୍ଷ ଡ଼: ଅକ୍ଷୟ କୁମାର ପରିଡା, ବରିଷ୍ଠ ସଦସ୍ୟ ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ସାମ୍ବାଦିକ ମାନେ ସମସ୍ତ ମନାନ୍ତର ଏବଂ ମତାନ୍ତରକୁ ପଛରେ ପକାଇ ସାଂପ୍ରତିକ ପରିସ୍ଥିତିରେ ସମସ୍ତେ ଏକ ହୋଇ ଛିଡା ହେବା ପାଇଁ ସଂକଳ୍ପବଦ୍ଧ ହେବା ଉଚିତ ବୋଲି ବକ୍ତବ୍ୟ ରଖିଥିଲେ। ଭବିଷ୍ୟତରେ ଯଦି କୌଣସି ସାମ୍ବାଦିକ ଆକ୍ରୋଶର ଶିକାର ହୁଏ ତେବେ ସେ କ୍ଷେତ୍ରରେ ସମସ୍ତ ସାମ୍ବାଦିକ ଏକ ହୋଇ ତାହାର ଉଚିତ ଜବାବ ଦେବେ ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ମର୍ଯ୍ୟାଦା କିପରି କ୍ଷୁର୍ଣ୍ଣ ନ ହେବ ସେ ଦିଗରେ ସମସ୍ତେ ଯତ୍ନବାନ ହେବେ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଏହା ପରେ ଉପସ୍ଥିତ ଅନ୍ୟ ସାମ୍ବାଦିକମାନେ ନିଜ ନିଜର ଅଭିଭାଷଣ ରଖିଥିଲେ। ଅତିଥି ପରିଚୟ ସଂଘର ସଦସ୍ୟ ମାନସ ରଞ୍ଜନ ବେହେରା କରିଥିବା ବେଳେ ମଞ୍ଚ ପରିଚାଳନା ସୁଶାନ୍ତ କୁମାର ପ୍ରଧାନ କରିଥିଲେ।ଶେଷରେ ସଂଘର ବରିଷ୍ଠ ସଦସ୍ୟ ସୀତାକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସଙ୍ଘର ସଦସ୍ୟ ଜଗତ କୁମାର ଗିରି, ଚାନସେଲର ରାଉତ, ଲଷ୍ମୀଧର ପ୍ରଧାନ, ସନ୍ତୋଷ ନାୟକ, ସେଖ ଆଜାରୁଦ୍ଦିନ, ଜୟନ୍ତ କୁମାର ବେହେରା, ପ୍ରତିମା ଜେନା, ସନମ ଖାନ ପ୍ରମୁଖ ଉପସ୍ଥିତ ଥିଲେ।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
