ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳିତ:
ବାଲେଶ୍ଵର :- ଅଦ୍ୟ ଦିବା ୧ଘଟିକା ସମୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଜିଲ୍ଲା ସ୍ତରୀୟ ଜନଜାତି ଗୌରବ ଦିବସ -୨୦୨୫ ପାଳିତ ହୋଇଯାଇଛି।ଏହି ଜନଜାତି ଗୌରବ ଦିବସ କୁ ଭାରତ ସରକାରଙ୍କ ଜନଜାତି କଲ୍ୟାଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗୁଜୁରାଟର ଦେଡିଆପଦା ଠାରେ ଆୟୋଜିତ ସମାବେଶରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଯୋଗ ଦେଇ ସମବେତ ଜନଜାତି ଭାଇ ଭଉଣୀ ମାନଙ୍କୁ ଉତ୍ସାହିତ କରିବା ସହିତ ଉଦବୋଧନ ଦେଇଥିଲେ।ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ସ୍ତରରେ ନୀଳଗିରିସ୍ଥିତ ଇଣ୍ଡାର ଷ୍ଟାଡିୟମ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ଥିବା ବେଳେ ସମ୍ମାନୀୟ ଅତିଥି ଭାବେ ମାନ୍ୟବର ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ, ଅନ୍ୟାନ୍ୟ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ନୀଳଗିରି ପୌର ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ବେହେରା,ସମ୍ମାନନୀୟ ବାଲେଶ୍ଵର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀଯୁକ୍ତ ସୁଧାକର ନାୟକ ,ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଦେବାଶିଷ ସ୍ୱାଇଁ, ତହସିଲଦାର ଶ୍ରୀମତୀ ସୋନମ ଦାସ ପ୍ରମୁଖ ମଞ୍ଚାସିନ ଥିଲେ।ଏହି କାର୍ଯ୍ୟକ୍ରମରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ଶୈକେନ୍ଦ୍ର ଶତପଥୀ ଅତିଥି ପରିଚୟ, ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ପରେ ମୂଖ୍ୟ ଅତିଥି ସମେତ ସମସ୍ତ ଅତିଥି ବୃନ୍ଦ ଜଗନ୍ନାଥଙ୍କ ଫଟୋ ନିକଟରେ ଧୂପ ଦୀପ ଜଳାଇ ସହ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଫଟୋ ଚିତ୍ର ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମାନ୍ୟବର ବାଲେଶ୍ଵର ସାଂସଦଙ୍କ ସମେତ ଉପସ୍ଥିତ ବରେଣ୍ୟ ଅତିଥି ଗଣ ଭଗବାନ ବିର୍ସା ମୁଣ୍ଡାଙ୍କ ସଂଘର୍ଷ ଏବଂ ସଂଗ୍ରାମ ର ଇତିଗାଥା ସ୍ମୃତି ଚାରଣ କରିଥିଲେ। ଶୈଶବରେ ଶିକ୍ଷାରୁ ବଞ୍ଚିତ ହେବା ପରେ ଅନ୍ୟାୟ,ତ୍ୟାଚାର, ଶୋଷଣ, ଲୁଣ୍ଠନକାରି ଜମିଦାର,ସାହୁକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ ନିମନ୍ତେ ନିଜ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଏକତାର ବୀଜ ବୁଣିଥିଲେ। ବ୍ରିଟିଶ ଶାସନ ବିରୋଧ ରେ ଦେଶ ମାତୃକାର ରକ୍ଷା ,ନିଜର ଜଳ,ଜମି,ଜଙ୍ଗଲ ଅଧିକାର ପାଇଁ ଲଢେଇ କରି ୨୫ ବର୍ଷ ବୟସରେ ବ୍ରିଟିଶ୍ ଶାସନର ଅକଥନୀୟ ଅତ୍ୟାଚାର ଏବଂ ନିର୍ଯାତନାର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ।ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଦେବାଶିଷ ସ୍ୱାଇଁ ସମାବେଶ ସଫଳତା ନିମନ୍ତେ ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଜନଜାତି ଗୌରବ ଦିବସ ବା ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ସମାରୋହରେ ନୀଳଗିରିର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ଜନଜାତି ସମ୍ପ୍ରଦାୟର ଭାଇ ଭଉଣୀ ଯୋଗ ଦେଇ ଥିଲେ।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
