ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ଫାଟକରେ ତାଲା।
ସୋର:::: ନିପ୍ର ::: ଶିକ୍ଷା କ୍ଷେତ୍ରରେ ବାଲେଶ୍ଵର ଜିଲ୍ଲା ସର୍ବୋଚ୍ଚ ସ୍ଥାନରେ ଥିବା ବେଳେ ଶିକ୍ଷକ ନିଯୁକ୍ତି ନେଇ ସୋର ବ୍ଳକ ସାଜନପୁର ପଞ୍ଚାୟତ ଉଦୟ ନାରାୟଣ ନୋଡାଲ ବିଦ୍ୟାଳୟ ଏବଂ କେଶପୁର ଉପ୍ରା ପ୍ରାଥମିକ ବିଦ୍ୟାଳୟ ରେ ଅଭିଭାବକ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମିଳିତ ସହଯୋଗ ବିଦ୍ୟାଳୟ ଫାଟକରେ ତାଲା ପକାଇଛନ୍ତି। ଖବର ପାଇ DEO ଙ୍କ ନିର୍ଦ୍ଦେଶନାରେ ABEO ସୋମନାଥ ଦାସ ଓ ସ୍ଥାନୀୟ ସିଆରସିସି ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ସହ ଉଭୟ ବିଦ୍ୟାଳୟ ରେ ଜଣେ ଲେଖାଏଁ ଶିକ୍ଷକ ଦେବେ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଉକ୍ତ ଆନ୍ଦୋଳନ ରେ ପ୍ରମୋଦ କୁମାର ନାୟକ, ସ୍ଥାନୀୟ ସରପଞ୍ଚଙ୍କ ଅଶ୍ଵିନୀ ପଟ୍ଟନାୟକ, ଅସିତ ଲେଙ୍କା, ବସନ୍ତ ପୋଇ, ଚିନ୍ମୟାନ୍ନଦ ମହାନ୍ତି, ମନୋଜ ପାତ୍ର, ଅଶୋକ ପଟ୍ଟନାୟକ, ସଞ୍ଜୁଲତା ନାୟକ, ଲକ୍ଷ୍ମୀ ମହାରଣା ପ୍ରମୁଖ ଆନ୍ଦୋଳନ ରେ ସହଯୋଗ କରିଥିଲେ।
