ରାୟଗଡରେ ଭୀମ ଭୋଇ ସମର୍ଥ ଶିବିର ଅନୁଷ୍ଠିତ।
ଗଜପତି ( ଟିକି ଲିମା )
ଗଜପତି ଜିଲ୍ଳା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ପିଏମ୍ ଶ୍ରୀ ବାଳକ ଉଛ ବିଦ୍ୟାଳୟ ପରିସରରେ ଆଜି ଭୀମ ଭୋଇ ସମର୍ଥ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ରାୟଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁର୍ଣ୍ଣବାସୀ ନାୟକ,ସମ୍ମାନିତ ଅତିଥି ରାୟଗଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ବାରିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଣି ଉଚ୍ଚର୍ଗିତା ବଡରଇତ, ଏସଏସଏସଓ ଏଲ୍. ସନ୍ତୋଷଵପାଣି , ସିଡ଼ିପିଓ ବି.କମାଳାଙ୍ଗି ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ପରୀପ୍ରେକ୍ଷୀରେ ବ୍ଲକର ଶତାଧିକ ଦିବ୍ୟାଙ୍ଗ ମାନେ ଉପସ୍ଥିତ ରହି ଥିବା ବେଳେ ପୁରୁଣା ତାଲିକା ସହ ନୂତନ ଭାବେ ବହୁ ଦିବ୍ୟାଙ୍ଗ ମାନଙ୍କ ପଞ୍ଜିକରଣ କରାଯାଇଥିଲା । ମାନସିକ ବିକଳାଙ୍ଗ ୨୭ ଜଣ,୫୮ ଜଣ ଦୃଷ୍ଟି ଶକ୍ତି ବାଧିତ,୧୨୦ ଜଣ ଶାରୀରିକ ଭିନ୍ନକ୍ଷମ,୭୧ ଜଣ ଶ୍ରାବଣ ଶକ୍ତି ବାଧିତ ବ୍ୟକ୍ତି ମାନେ ମୋଟ ୨୭୬ ଜଣ ଦିବ୍ୟାଙ୍ଗ ଯୋଗ ଦେଇଥିଲେ।ଏହି ଅବସରରେ ଦିବ୍ୟାଙ୍ଗ ମାନଙ୍କୁ ହୁଇଲ୍ ଚେୟାର ଏବଂ ପ୍ରମାଣ ପତ୍ର ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଟି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଏଵଂ ରାୟଗଡ଼ ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଙ୍କ ସହ ବ୍ଲକ ର ବହୁ ଅଧିକାରୀ ଏବଂ କର୍ମଚାରୀ ମାନେ ସହଯୋଗ ଓ ପରିଚାଳନା କରିଥିଲେ।
