ମେଗା ସ୍ୱାସ୍ଥ୍ୟ ଶିବିର :-
ଦଶରଥପୁର (ଭଞ୍ଜଦୂତ:ନିପ୍ର)
ରିପୋର୍ଟର-ମାନସ କୁମାର ସାହୁ
ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ଗ୍ରାମାଞ୍ଚଳ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (କିମ୍ସ) ପକ୍ଷରୁ ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ମେଗା ସ୍ୱାସ୍ଥ୍ୟମେଳା ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିରିପଟା ଠାରେ ମନ୍ମଥ ଧଳ ଡିଗ୍ରୀ କଲେଜ ଅନୁକୁଲ୍ୟରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା. କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ କରକମଳରେ ଶିବିରକୁ ଉଦ୍ଘାଟନ କରାଯାଇଥିଲା. ସ୍ୱାସ୍ଥ୍ୟମେଳାର ମୁଖ୍ୟ ଅତିଥି ଭାବେ ଯାଜପୁର ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀ ଯୋଗ ଦେଇ ଡଃ ସାମନ୍ତଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ. ସମାଜସେବୀ ବିଜୟ ଧଳଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ମେଗା ସ୍ୱାସ୍ଥ୍ୟ ଶିବିର ରେ ହାରାହାରି ୧୦ ହଜାର ର ରୋଗୀମାନଙ୍କ ପାଇଁ ମାଗଣା ଡାକ୍ତରୀ ପରାମର୍ଶ ସହ କିମ୍ସ ପକ୍ଷରୁ ମାଗଣା ଔଷଧ ବଣ୍ଟନ ବ୍ୟବସ୍ଥା ହୋଇଥିଲା। ଏଥିରେ ଏକାଧିକ ସ୍ୱାସ୍ଥ୍ୟବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ସମେତ ବିଭିନ୍ନ ବିଭାଗର ୧ ଶହରୁ ଉର୍ଦ୍ଧ୍ବ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଯୋଗ ଦେଇ ଲୋକମାନଙ୍କୁ ଚ଼ିକିତ୍ସା ପରାମର୍ଶ ସହ ବିନା ଦେୟରେ ଔଷଧ ବଣ୍ଟନ ଓ ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା ର ବ୍ୟବସ୍ଥା କରାଇଥିଲେ। ଉକ୍ତ ଶିବିରରେ ବହୁ ସଂଖ୍ୟକ ରୋଗୀ ଉପସ୍ଥିତ ଥିଲେ। ସକାଳ ୯ଟାଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ଶିବିର ଚାଲିଥିବା ବେଳେ ୫ହଜାରରୁ ଊର୍ଦ୍ଧ୍ୱ ରୋଗୀ ଯୋଗଦେଇଥିଲେ ।
