*ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା
ପ୍ରେସ୍ ଇସ୍ତାହାର
*
ନୂଆପଡା (ମିଖାଏଲ ନନ୍ଦ)
ଭୋଟ ଗ୍ରହଣ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ଉପରେ କଟକଣା
ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ମତଦାତାମାନଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ପାଇଁ, ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବ ଅବଧି, ଯାହାକୁ ସାଧାରଣତଃ ନୀରବ ଅବଧି ବୋଲି କୁହାଯାଇଥାଏ, ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।ନିମ୍ନଲିଖିତ ନିର୍ଦ୍ଦେଶାବଳୀ ଗୁଡ଼ିକୁ ସମସ୍ତ ଅଂଶୀଦାରଙ୍କ ଦ୍ୱାରା କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଜାରି କରାଯାଇଛି:
୧. ନୀରବ ଅବଧି
ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବର ଅବଧି ଅର୍ଥାତ ନୀରବ ଅବଧି, କୌଣସି ରାଜନୈତିକ ପ୍ରଲୋଭନ କିମ୍ବା ପ୍ରଚାର ଦ୍ୱାରା ପ୍ରଭାବିତ ନ ହୋଇ, ଭୋଟରମାନଙ୍କୁ ସେମାନଙ୍କ ମତଦାନର ନିରପେକ୍ଷ ନିଷ୍ପତ୍ତି ନିର୍ଣ୍ଣୟ କରିବା ପାଇଁ ଯୋଗାଇ ଦିଆଯାଇଥାଏ । ନୀରବ ଅବଧି ପୂର୍ବରୁ, ସମସ୍ତ ପ୍ରକାରର ପ୍ରଚାର କାର୍ଯ୍ୟ ଶେଷ ହେବ ।
୪. ମିଡ଼ିଆ କଭରେଜ୍ ଉପରେ କଟକଣା
କ) ଟେଲିଭିଜନ ଏବଂ ଡିଜିଟାଲ୍ ପ୍ଲାଟଫର୍ମ: ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ଦିଷ୍ଟ କୌଣସି ନିର୍ବାଚନ ସମ୍ବନ୍ଧୀୟ ବିଷୟବସ୍ତୁ କିମ୍ବା ଦୃଶ୍ୟର ପ୍ରସାରଣ କିମ୍ବା ପ୍ରଦର୍ଶନ କରାଯାଇପାରିବ ନାହିଁ । କିନ୍ତୁ, ଭୋଟ ହେବାକୁ ଥିବା ଅଂଚଳରେ ଭୋଟରମାନଙ୍କୁ ପ୍ରଭାବିତ କରୁନଥିବା ସାଧାରଣ ରାଜନୈତିକ ଖବରର ପ୍ରସାରଣକୁ ଅନୁମତି ଦିଆଯାଇଛି ।ଖ) ରେଡିଓ ପ୍ରସାରଣ: ଧାରା ୧୨୬ ଅନୁଯାୟୀ ରେଡିଓକୁ “ସମାନ ଉପକରଣ” ଭାବରେ ବିବେଚନା କରାଯାଏ; ତେଣୁ, ନୀରବ ଅବଧି ମଧ୍ୟରେ କୌଣସି ନିର୍ବାଚନ ବିଷୟବସ୍ତୁ ଏହା ମାଧ୍ୟମରେ ପ୍ରସାରିତ କରାଯିବ ନାହିଁ।
୫. ମୁଦ୍ରିତ ଗଣମାଧ୍ୟମରେ ରାଜନୈତିକ ବିଜ୍ଞାପନ
ଜନପ୍ରତିନିଧିତ୍ୱ ଆଇନ, ୧୯୫୧ର ଧାରା ୧୨୭କ ଅନୁଯାୟୀ:କ) ପ୍ରତ୍ୟେକ ନିର୍ବାଚନ ପାମ୍ପଲେଟ କିମ୍ବା ପୋଷ୍ଟରରେ ମୁଦ୍ରକ ଏବଂ ପ୍ରକାଶକଙ୍କ ନାମ ଏବଂ ଠିକଣା ସ୍ପଷ୍ଟ ଭାବରେ ପ୍ରଦର୍ଶିତ ହେବା ଆବଶ୍ୟକ।ଖ) ମୁଦ୍ରକମାନେ ମୁଦ୍ରିତ ସାମଗ୍ରୀ ଏବଂ ପ୍ରକାଶକଙ୍କ ଘୋଷଣାର ନକଲ ମୁଖ୍ୟ ନିର୍ବାଚନ ଅଧିକାରୀ କିମ୍ବା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ପଠାଇବେ ।
ଏହା ବ୍ୟତୀତ, ଜିଲ୍ଲା କିମ୍ବା ରାଜ୍ୟସ୍ତରରେ ମିଡିଆ ପ୍ରମାଣୀକରଣ ଏବଂ ମନିଟରିଂ କମିଟି (MCMC) ଦ୍ୱାରା ପୂର୍ବ ପ୍ରମାଣିତ ନହୋଇ, ମତଦାନ ଦିନ କିମ୍ବା ଏହାର ଗୋଟିଏ ଦିନ ପୂର୍ବରୁ କୌଣସି ରାଜନୈତିକ ବିଜ୍ଞାପନ ଖବରକାଗଜରେ ପ୍ରକାଶିତ ହୋଇପାରିବ ନାହିଁ ।
ଏହି ପଦକ୍ଷେପ ସୁନିଶ୍ଚିତ କରେ ଯେ, ନିର୍ବାଚନ ପ୍ରକ୍ରିୟାର ଏହି ସମ୍ବେଦନଶୀଳ ପର୍ଯ୍ୟାୟରେ କୌଣସି ବିଭ୍ରାନ୍ତକାରୀ କିମ୍ବା ଉତ୍ତେଜନା ସୃଷ୍ଟିକାରୀ ବିଷୟବସ୍ତୁର ପ୍ରଦର୍ଶନ ହେବ ନାହିଁ ।
୬. ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ବ୍ୟବହାର ସମ୍ପର୍କିତ
ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ସେମାନଙ୍କ ସମର୍ଥକଙ୍କ ସମେତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ୪୮ ଘଣ୍ଟାର ନୀରବ ଅବଧି ମଧ୍ୟରେ ଫେସବୁକ୍, ଏକ୍ସ (ଟ୍ୱିଟର), ଇନଷ୍ଟାଗ୍ରାମ, ହ୍ୱାଟସଆପ୍ କିମ୍ବା ୟୁ-ଟ୍ୟୁବ୍ ଭଳି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ କୌଣସି ରାଜନୈତିକ ବିଷୟବସ୍ତୁର ପ୍ରସାରଣ କରିବାରୁ କଡାକଡି ଭାବରେ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି ।ଡିଜିଟାଲ ମାଧ୍ୟମରେ ଭୋଟ ଦେବା ପାଇଁ ନିବେଦନ କରିବା, ରାଜନୈତିକ ପ୍ରଚାର ପାଇଁ ଉଦିଷ୍ଟ ବିଷୟବସ୍ତୁ ପ୍ରସାରିତ କରିବା ଏବଂ ଭୋଟରଙ୍କ ମତାମତକୁ ପ୍ରଭାବିତ କରିବାର ଯେକୌଣସି ପ୍ରୟାସକୁ ଜନପ୍ରତିନିଧିତ୍ୱ ଆଇନ, ୧୯୫୧ ଧାରା ୧୨୬ର ଉଲ୍ଲଂଘନ ଭାବରେ ବିବେଚନା କରାଯିବ ।
ଏକ ମୁକ୍ତ,ଅବାଧ ଓ ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ନାଗରୀକମାନଙ୍କୁ ଦାୟିତ୍ୱପୂର୍ଣ୍ଣ ଭାବରେ ସମସ୍ତ କାର୍ଯ୍ୟ କରିବା ସହିତନିର୍ବାଚନରେ ପ୍ରଭାବ ପକାଉଥିବା ପୋଷ୍ଟଗୁଡ଼ିକୁ ବ୍ୟକ୍ତିଗତ ଗ୍ରୁପରେ ପୋଷ୍ଟ କିମ୍ବା ଫରୱାର୍ଡ ନ କରିବା ପାଇଁ ନିବେଦନ କରାଯାଉଛି । ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ସମସ୍ତଙ୍କୁ ଜନପ୍ରତିନିଧିତ୍ୱ ଆଇନ, ୧୯୫୧ ଧାରା ୧୨୬ ଅନୁଯାୟୀ ଡିଜିଟାଲ ବ୍ୟବହାରର ସଂଯମତା ବଜାୟ ରଖିବାକୁ ଏବଂ ମତଦାନ ପୂର୍ବରୁ ଭୋଟରଙ୍କ ପାଇଁ ଏକ ଶୃଙ୍ଖଳିତ ଏବଂ ସମାଵେଶୀ ପରିବେଶ ସୃଷ୍ଟି କରିବାକୁ ନିବେଦନ କରିଛନ୍ତି ।
