କୋରାପୁଟ…କୋରାପୁଟ ବାର ଆସସିଏସନ ଦ୍ୱାରା ଆୟୋଜିତ ହେଇଥିବା ରାଜ୍ୟ ସ୍ତରୀୟ କ୍ରିକେଟ୍ ମ୍ୟାଚ ର ଆଜି ସପ୍ତମ ଦିନ ତଥା ଦୁଇ ଟି ସେମି ଫାଇନାଲ ମ୍ୟାଚ୍ ଖେଳା ଯାଇଥିଲା। ଆଜିର ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ କୋରାପୁଟ ତହସିଲଦାର ସାୟଦ ସବିର ଯୋଗ ଦେଇଥିଲେ।ପ୍ରଥମ ସେମିଫାଇନାଲ ମ୍ୟାଚ ଗଞ୍ଜାମ ବାର ଆସୋସିଏସନ୍ ସହିତ ଜୟପୁର ବାର ଆସୋିଏସନ ସହିତ ଖେଳା ଯାଇଥିଲା। ଜୟପୁର ବାର ଆସୋସିଅନ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥଲେ। ଜୟପୁର ବାର ଟିମ୍ ବ୍ୟାଟିଂ କରି 18 ଓଭର୍ ରେ ଛଅ ୱିକେଟ ହରାଇ 99 ରନ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଗଞ୍ଜାମ ବାର ଆସୋସିଏନ 12.3 ଓଭର ରେ ଚାରି ୱିକେଟ ହରାଇ କରି 103 ରନ୍ କରି ଛଅ ୱିକେଟ ରେ ମ୍ୟାଚ୍ ଟିକୁ ଗଞ୍ଜାମ ଜିତିଥିଲା। ଅଲ ରାଉଣ୍ଡ ପ୍ରଦର୍ଶନ ପାଇଁ ଗଞ୍ଜାମ ଟିମ ର ବୁଲୁ ବେହେରା ଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇ ଥିଲା। ସେହିଭଳି ଦ୍ଵିତୀୟ ସେମିଫାଇନାଲ ମ୍ୟାଚ୍ ଭୁବନେଶ୍ଵର ବାର ଆସୋସିଅନ ଶହ ବରଗଡ ବାର୍ ଆସୋସିଏସନ୍ ର ମଧ୍ୟ ରେ ଖେଳା ଯାଇଥିଲା। ଏହି ମ୍ୟାଚ୍ ରେ ବରଗଡ଼ ବାର ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ କୋଡ଼ିଏ ଓଭର ରେ ବରଗଡ ବାର ଟିମ୍ କୋଡ଼ିଏ ଓଭର ରେ ଚାର ଟି ୱିକେଟ୍ ହରାଇ 181 ରନ୍ ସଂଗ୍ରହ କରିଥିଲେ ।ଜବାବ ରେ ଭୁବନେଶ୍ଵର ବାର ଆସୋସିଆନ ନିର୍ଦ୍ଧାରିତ 18.3 ଓଭର ରେ ପାଞ୍ଚ ୱିକେଟ୍ ହରାଇ ମୋଟ 182 ରନ୍ ସଂଗ୍ରହ କରିଥିଲେ। ମ୍ୟାଚ୍ କୁ ଭୁବନେଶ୍ୱରରୁ ବାର ଆସୋସିନ ପାଞ୍ଚ ୱିକେଟ ରେ ଜିତି ନେଇ ଥିଲା। ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ପାଇଁ ଭୁବନେଶ୍ଵର ବାର ଆସୋସିଏସନ୍ ର ପ୍ରୀୟମ ମଲ୍ଲିକ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା। କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
