ଏନ୍ଏଚ୍ଆରଏଫ୍ର
ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର-ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ପକ୍ଷରୁ ନଭେମ୍ବର ୨ତାରିଖ ରବିବାର ଦିନ ଭୁବନେଶ୍ୱର ନାଗେଶ୍ଵରଟାଙ୍ଗି ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସଭାପତି ଆଇନଜୀବୀ ଲକ୍ଷ୍ମୀକାନ୍ତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଯୋଗଦେଇ ଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରମେଶ ଭାରତୀ, ରାଷ୍ଟ୍ରୀୟ ଉପସଭାପତି ତପନ କୁମାର ପତି,ରାଷ୍ଟ୍ରୀୟ ଆବାହକ ଭୁମୋହନ ପଟ୍ଟନାୟକ,ରାଷ୍ଟ୍ରୀୟ ସଂଯୋଜକ ଯୋଗେନ୍ଦ୍ର ଦାସ, ରାଜ୍ୟ ଉପଦେଷ୍ଟା ପଞ୍ଚାନନ ପ୍ରଧାନ ପ୍ରମୁଖ।ଏଥିରେ ସଂଗଠନର ବିଭିନ୍ନ କାର୍ଯ୍ୟଧାରା, ଆର୍ଥିକ ସହାୟତା, ସଦସ୍ୟ ବୃଦ୍ଧି, ଅନଲାଇନ ବୈଠକ, ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା। ଆଗାମୀ ଡିସେମ୍ବର ୧୦ ତାରିଖ ବିଶ୍ଵ ମାନବ ଅଧିକାର ଦିବସ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ଠାରେ ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଛି। ଏଥିରେ ରାଜ୍ୟ ସଂଯୋଜକ ସତ୍ୟରଞ୍ଜନ ନାୟକ, ବୈଷ୍ଣବ ଦଳେଇ,ଭାରତୀ ପଣ୍ଡା, ବାଲେଶ୍ଵର ଜିଲ୍ଲା ସମ୍ପାଦକ କାହ୍ନୁ ପାକଳ,ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଇଂ ପ୍ରଦୀପ ମହାନ୍ତ, ସମ୍ପାଦକ ପ୍ରାଣକୃଷ୍ଣ ଖଣ୍ଡା,
ଯାଜପୁର ଜିଲ୍ଲା ସଭାପତି ଶୁଭକାନ୍ତ ନାୟକ, କାର୍ଯ୍ୟକାରୀ ସଭାପତି ଜିତୁ ବେହେରା,ସମ୍ପାଦିକା ମିନତୀ ପଣ୍ଡା, କଟକ ଜିଲ୍ଲା ସଂଯୋଜକ ରାକେଶ ରାୟ, ପୁରୀ ଜିଲ୍ଲା ସଭାପତି ମନୋଜ ସାମନ୍ତରାୟ, ଜଗତସିଂହପୁର ଜିଲ୍ଲା ସଭାପତି ସୟଦ ଇମାମ ଅଲ୍ଲୀ, ବାଲିକୁଦା ସଭାପତି ସର୍ବେଶ୍ଵର ଦାସ, ବିରିଡି ସଭାପତି ଚିତ୍ତରଂଜନ ପାତ୍ର,ସମ୍ପାଦକ ସୁଜିତ ନାୟକ, ସୋନପୁର ଜିଲ୍ଲା ସଭାପତି ଦୁଖିରାମ ନାୟକ, ଉପସଭାପତି ରାକେଶ ସେଠୀ,ସମ୍ପାଦକ ସଂଜୟ ବେହେରା, କିଟେନାନି କୁମ୍ଭାର, ଯାଜ୍ଞସେନୀ କୁମ୍ଭାର,ବୌଦ୍ଧ ଜିଲ୍ଲା ସଭାପତି ପ୍ରଶାନ୍ତ କର୍ଣ୍ଣ, କାର୍ଯ୍ୟକାରୀ ସଭାପତି ସୁବେଦାର ଲାଳିତ ମୋହନ ସାହୁ, ବଲାଙ୍ଗିର ଜିଲ୍ଲା ସଭାପତି ଗୁଣନିଧି ଦନ୍ତା,ଖୋର୍ଦ୍ଧା ଜିଲ୍ଲା ସଂଯୋଜିକା ବବିନା ପଟ୍ଟନାୟକ,ବାଲିପାଟଣା ସଭାପତି ବିଭୂତି ଭୂଷଣ ଜେନା ପ୍ରମୁଖଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ। ଶେଷରେ ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଜୀବନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
