ସୋର ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ।
ସୋର,(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ): ସୋର ତହସିଲ ଓ ପ୍ରଶାସନ ପକ୍ଷରୁ ବଡଖୁରୀ ଛକରୁ ଇଶ୍ୱରପୁର ପର୍ଯ୍ୟନ୍ତ ଜବରଦଖଲକୁ ଉଚ୍ଛେଦ କରାଯାଇଛି। ସୂଚନା ଅନୁସାରେ ସୋର ବଡଖୁରୀ ରୁ ଇଶ୍ୱରପୁର ମଧ୍ୟରେ ପୁର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଆସିଛି। ଏହି ରାସ୍ତ ନିର୍ମାଣରେ ରାସ୍ତାର ଉଭୟ ପାଶ୍ୱର୍ରେ ହୋଇଥିବା ଜବରଦଖଲ ବାଧକ ସାଜିବାରୁ ଜବରଦଖଲ ହଟାଇବାକୁ ପୁର୍ତ୍ତ ବିଭାଗ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଫଳରେ ଜିଲ୍ଲା ପ୍ରଶାସନର ନିର୍ଦେଶରେ ଲୋକମାନଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଅବଗତ କରାଯାଇ ଆଜି ପୁର୍ବାହ୍ଣରେ ସୋର ତହସିଲଦାର ଦୈତାରି ମଲ୍ଲିକ, ସୋର ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ପ୍ରଧାନ , ସୋର ପୁଲିସ ସହଯୋଗରେ ଏହି ରାସ୍ତାର ଦେଢ କିମି ପର୍ଯ୍ୟନ୍ତ ହୋଇଥିବା ଜବରଦଖଲକୁ ଉଚ୍ଚେଦ କରିଥିଲେ। ଏହି ସମୟରେ ସାମାନ୍ୟ ଉତ୍ତେଜନା ଦେଖିବାକୁ ମିଳିଥିଲା।
