*ରାଷ୍ଟ୍ରୀୟ ଉପ ସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ‘ଜୟ’ ପଣ୍ଡାଙ୍କ ଜୟ ଢୋଲକିଆଙ୍କୁ ରେକର୍ଡ ବ୍ୟବଧାନରେ ଜିତିବାକୁ ନୂଆପଡ଼ା ବାସୀଙ୍କୁ ନିବେଦନ*
ନୂଆପଡା (ମିଖାଏଲ ନନ୍ଦ)
ଆଜି ପ୍ରଚାରର ଦ୍ୱିତୀୟ ଦିନରେ ଶ୍ରୀ ପଣ୍ଡା ନୂଆପଡାରେ ନିର୍ବାଚନ ସୋ କରିଥିବା ବେଳେ ,ପଥପ୍ରାନ୍ତ ସଭା ଓ ସାଧାରଣ ସଭା ରେ ଯୋଗଦାନ। ବିଜେପି ପାର୍ଥି ଜୟ ଢୋଲକିଆଙ୍କ ପାଇଁ ଭୋଟ ଭିକ୍ଷା କରିବା ସହ ତାଙ୍କୁ ରେକର୍ଡ ବ୍ୟବଧାନରେ ଜିତେଇବାକୁ ନୂଆପଡ଼ା ବାସୀଙ୍କୁ ନିବେଦନ କରିଛନ୍ତି । ସେହିପରି ଏକତା ଛକରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଘାସିରାମ ମାଝିଙ୍କ ପ୍ରତିମୁର୍ତି ରେ ମ୍ୟାଲାପଣ କରିବା ସହିତ ଏକ ‘ଚାଏ ପେ ଚର୍ଚା’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାର୍ଥି ଶ୍ରୀ ଜୟ ଢୋଲକିଆ, ମନ୍ତ୍ରୀ ମୁକେଶ ମହାଲିଙ୍ଗ ,ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା ,ଜ଼ିଲ୍ଲା ସଭାପତି କମଲେସ ଦୀକ୍ଷିତ ,ପ୍ରସନ୍ନ ପାଢ଼ୀ ,ଯୁବନେତା ଅଭିନନ୍ଦନ ପଣ୍ଡା ଙ୍କ ସମେତ ଶତାଧିକ ପ୍ରମୁଖ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।
ଏହା ପରେ କୋମନା ବ୍ଲକ ର ଉଦ୍ୟାନ ବନ୍ଧ ଠାରେ ଏକ ରୋଡ ସୋ ରେ ଯୋଗ ଦେଇଥିଲେ। ପ୍ରାର୍ଥୀ ମୁଣ୍ଡିଆ ମାରି ଭୋଟ ଭିକ୍ଷା କରିଥିଲେ।
