ଦମାମୁଣ୍ଡା ଠାରେ ଜିଲ୍ଲା ସ୍ତରୀୟ ଖୋଖୋ,ଯୋଗ ଏବଂ ଦୌଡ, ବିଭିନ୍ନ ଖେଳକୁଦ ପ୍ରତିଯୋଗୀତା ଉଦଯାପିତ, ଯୋଗଦେଲେ ବିଧାୟକ ଓ ଜିଲ୍ଲାପାଳ:-
ଅଦ୍ୟ ତା. 1.11.2025 ରିଖ
(ଶନିବାର) ଦିନ ଦିବା ଘ.12.30 ମିନିଟ ସମୟରେ କଣ୍ଟାମାଳ ବ୍ଲକ ଦମାମୁଣ୍ଡା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲ୍ଲା ସ୍ତରୀୟ ଖୋଖୋ ଯୋଗ ଏବଂ ଦୌଡ କୁଦ ଆଦି ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ଯୋଗ ଦେଇଥିଲେ | ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ୍ ଦୁବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଯୋଗ ଦେଇଥିଲେ | ଗତକାଲି ଠାରୁ ଆରମ୍ଭ ହୋଇଥିବା ବିଭିନ୍ନ ଖେଳ କୁଦ ପ୍ରତିଯୋଗିତାକୁ ଜିଲ୍ଲା ଶାରୀରିକ କ୍ରୀଡା ନିରୀକ୍ଷକ ଆନନ୍ଦ କୁମାର ବେହେରା ଓ ଅନ୍ୟ କ୍ରୀଡା ଶିକ୍ଷକ ମାନେ ପରିଚାଳନା କରିଥିବା ବେଳେ ଆଜି ଅତିଥି ମାନଙ୍କ ଦ୍ବାରା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା lବୌଦ୍ଧ ରୁ କୃଷ୍ଣ ଚନ୍ଦ୍ର ସିଂହ ଜ଼ିଲ୍ଲା ପ୍ରତିନିଧି ଭଂଜଦୂତ ନିୟୁଜ଼…
