*”ଓଡିଶାର ଶିକ୍ଷା ବିକାଶରେ ମୟୁରଭଞ୍ଜର ଅବଦାନ”*
କରଞ୍ଜିଆ : ସ୍ଥାନୀୟ ମଧୁ ବାରିଷ୍ଟର ମାର୍ଗ ନିକଟରେ “ମୟୁରଭଞ୍ଜ ବଞ୍ଚାଅ ଅଭିଯାନ” ନାମକ ଅନୁଷ୍ଠାନ ତରଫରୁ ଚେତନାର ସଭାପତି ଆଇନଜୀବୀ ଶ୍ରୀ ସଂଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ” ଓଡିଶାର ଶିକ୍ଷା ର ବିକାଶରେ ମୟୁରଭଞ୍ଜର ଅବଦାନ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେlଇ ଯାଇଛି l ଏହି ଆଲୋଚନା ଚକ୍ରରେ ଗବେଷକ ତଥା ଲେଖକ ବାଣୀ ବିନେlଦ ଶ୍ରୀ ଭରତ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ଭାବରେ ଓ ଇଟରନିଟୀ ଅନ୍ତରାଷ୍ଟ୍ରୀୟ ଇଂରାଜୀ ପତ୍ରିକାର ସଂପାଦକ ଶ୍ରୀ ହରେକୃଷ୍ଣ ମହାନ୍ତ ମୁଖ୍ୟବକ୍ତା ଭାବେ ଯେlଗ ଦେଇ ଅଭିଭାଷଣରେ କହିଥିଲେ ଯେ ଗଡଜାତ ଅଞ୍ଚଳ ଭିତରୁ ମୟୁରଭଞ୍ଜ ରାଜ୍ୟ ଶ୍ରେଷ୍ଠ ଥିଲା !ଯାହା ୧୯୪୯ ପରେ ଗୋଟିଏ ଜିଲ୍ଲାର ମାନ୍ୟତା ପାଇ ଅବହେଳିତ ହୋଇ ପଡ଼ି ରହିଛି ! କିନ୍ତୁ ମୟୂରଭଞ୍ଜ ରାଜ୍ୟର ମହାରାଜାମାନଙ୍କ ଶାସନ କାଳରେ ସେହି ସମୟରୁ ଉନ୍ନତିର ସ୍ତର ଆଜିର ଉନ୍ନତି ସହିତ ମଧ୍ୟ ତୁଳନା କରିବା ଅସମ୍ଭବ ଅଟେ ! ମୟୂରଭଞ୍ଜ ରାଜ୍ୟର ମହାରାଜା ମାନଙ୍କର ଉଦାରତା,ବଦାନ୍ୟତା, ମହାନ ବିଚାର ଓ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକଳାପ ଓଡିଶା ତଥା ଓଡିଶା ବାହାରେ ବି ବେଶ୍ ଆଦ୍ରୁତ ହେlଇ ଖ୍ୟାତି ଅର୍ଜନ କରି ଥିଲା l ମୟୁରଭଞ୍ଜର ରାଜର୍ଷୀ ଭାବେ ପରିଚିତ ମହାରାଜା ଶ୍ରୀ ଶ୍ରୀରାମଚନ୍ଦ୍ର ଭଂଜଦେଓ ସେତେବେଳର ଉଚ୍ଚ ଶିକ୍ଷାର କେନ୍ଦ୍ର ପାଲଟିଥିବା ରେଭେନ୍ସା କଲେଜ୍ ତଥା ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ୍ ପ୍ରତିଷ୍ଠାରେ ପ୍ରଚୁର ଅର୍ଥ ସହାୟତା କରିଥିଲେ lସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମେତ ଉତ୍କଳ ପ୍ରଦେଶ ସାହିତ୍ୟ ସମାଜ ଗଠନ ତଥା ଉତ୍କଳ ବିଶ୍ୱ ବିଦ୍ୟାଳୟ ଏବଂ ଏହାର ପ୍ରିଣ୍ଟିଂ ପାଇଁ ନିଜର ପ୍ରିଣ୍ଟିଙ୍ଗ୍ ପ୍ରେସକୁ ଦାନ ଦେବା ସହିତ ଅନ୍ୟାନ୍ୟ ଆର୍ଥିକ ସାହାଯ୍ୟ ମଧ୍ୟ ପ୍ରଦାନ କରିଥିଲେ l *”ଉତ୍କଳ ପ୍ରଭା”* ନାମକ ପତ୍ରିକା ପ୍ରକାଶ କରି ମହାରାଜା ତୁଙ୍ଗ ଜ୍ଞାନୀ ଗୁଣୀ ସାହିତ୍ୟିକ ମାନଙ୍କର କାଳଜୟୀ ଲେଖା କୃତୀକୁ ପ୍ରକାଶନ କରାଉଥିଲେ ଓ କିଛି କବି ଲେଖକଙ୍କୁ ତାଙ୍କର ସୁନ୍ଦର ଲେଖନୀ ଚାଳନା ଜାରି ରଖିବା ପାଇଁ ସେ ତାଙ୍କୁ ସହାୟତା ରାଶି ବୃତ୍ତି ଆକାରରେ ପ୍ରଦାନ କରୁଥିଲେ l
ତେବେ ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଶ୍ରୀ ସୁଦର୍ଶନ ବେହେରା,ନଟାରୀ ଗୗରାଙ୍ଗ ଚନ୍ଦ୍ର
ବାରିକ, ଓକିଲ ନିର୍ମଳ ସେଠୀ, ସମାଜ ସେବୀ ସିଦ୍ଧାର୍ଥ ରାୟ ଓ ଯୁବ ସମାଜସେବୀ ଶ୍ରୀ ସଚ୍ଚିଦାନନ୍ଦ ମାନବ ଆଦି ଯେlଗ ଦେଇ କହିଥିଲେ ଯେ ମୟୁରଭଞ୍ଜରେ ଉଚ୍ଚ ଶିକ୍ଷା ଲାଗି ମୟୂରଭଞ୍ଜରେ ଅନେକ ବିଦ୍ୟାଳୟ ସ୍ଥାପନା କରିବା ସହିତ ବାରିପଦାଠାରେ ମହାରାଜା ପୂର୍ଣ୍ଣଚନ୍ଦ୍ର ମହା ବିଦ୍ୟାଳୟ ନିର୍ମାଣ, ବିଭିନ୍ନ ଅନୁଷ୍ଠାନ ଲାଗି ଅର୍ଥ ଦାନ ତଥା ଗୋପାଲ ଚନ୍ଦ୍ର ପ୍ରହରାଜଙ୍କ ଦ୍ଵାରା ଲିଖିତ ଓଡ଼ିଶାର ଏକମାତ୍ର ଓଡ଼ିଆ ଅଭିଧାନ *”ପୂର୍ଣ୍ଣଚନ୍ଦ୍ର ଭାଷା କୋଷ”* ମୁଦ୍ରଣ ପାଇଁ ସବୁ ଖର୍ଚ୍ଚ ମୟୂରଭଞ୍ଜର ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜ ଦେଓ ଦେଇ ଥିବାରୁ ସେହି ଓଡ଼ିଆ ଭାଷାକୋଷ(ଅଭିଧାନ)ର ନାମ *” ପୂର୍ଣ୍ଣ ଚନ୍ଦ୍ର ଭାଷା କୋଷ”* ରଖା ଯାଇ ଥିଲା !
ବ୍ରିଟେନର ରାଜା ବଙ୍କିମହାମ ପ୍ଯାଲେସ୍ ଢାଞ୍ଚାରେ ମୟୁରଭଞ୍ଜ ରାଜ୍ୟର ରାଜଧାନୀ ବାରିପଦା ଠାରେ ଯେଉଁ ରାଜମହଲ ନିର୍ମିତ ହେlଇଥିଲା lତାହା ଏବେ MPC COLLEGE ନାମରେ ଗୋଟିଏ ସରକାରୀ ମହାବିଦ୍ୟାଳୟ ଚାଲିଛି !ବାରିପଦାର ଜୁବୁଲି ଲାଇବ୍ରେରୀ ମହାରାଜାଙ୍କର ଶିକ୍ଷା ଜଗତରେ ଆଉ ଏକ କ୍ରାନ୍ତିକାରୀ ପଦକ୍ଷେପ ଥିଲା !କାରଣ ସେହି ସମୟରେ ଅର୍ଥ ଅଭାବରୁ ପୁସ୍ତକ କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନ ଥିଲା ! ତେଣୁ ଗରୀବ ମେଧାବୀ ଛାତ୍ର ଛାତ୍ରୀ ମାନେ ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ ବୋଲି ଲାଇବ୍ରେରୀ ଖୋଲିବା ଗୋଟିଏ ଦୂର ଦୃଷ୍ଟି ସମ୍ପନ୍ନ ଅନନ୍ୟ କୃତୀ ଥିଲା ଓ ସେଠାରେ ରହି ପଢିବା ପାଇଁ ହଷ୍ଟେଲ ଓ ରାତି ପଢ଼ିବା ପାଇଁଁ ଲଣ୍ଠନ ବ୍ୟବସ୍ଥା କରାଇଥିଲେ l
ତେବେ ରେଭେନ୍ସା କଲେଜ ପାଇଁ ଜମି କିଣିବାରେ ଓ କଲେଜ୍ ପାଇଁ ଗୋଟିଏ ବଡ଼ ଲାଇବ୍ରେରୀ ପାଇଁ ମଧ୍ୟ ମୟୂରଭଞ୍ଜ ମହାରାଜାଙ୍କର ଅନେକ ଅବଦାନ ରହିଛି l ତେବେ ରାଜନୈତିକ ପଶା ପାଲିରେ ପଡି ମୟୂରଭଞ୍ଜ ବାସୀଙ୍କର ଅନିଛା ସତ୍ତ୍ବେ ଏକଦା ଆମ ମୟୂରଭଞ୍ଜ ରାଜ୍ୟ ବିଭାଜିତ ହୋଇ ସେତେବେଳର ସ୍ବାଧୀନତା ପରବର୍ତ୍ତୀ ସମୟର ଝାଡଖଣ୍ଡ ରାଜ୍ୟରେ ଆମ ରାଜ୍ୟର ଅଧେ ଅଞ୍ଚଳ(ଷଢେ଼ଇକଳା ଓ ଖରସୁଆଁ)କୁ ମିଶାଇ ଦିଆ ଯାଇଥିଲା ଓ ଅଧେ ରାଜ୍ୟର ଉତ୍ତର ଭାଗ(ବର୍ତ୍ତମାନର ମୟୂରଭଞ୍ଜ)କୁ ଉତ୍କଳ ପ୍ରଦେଶ ସହିତ ମିଶାଇ ଦିଆ ଯାଇଥିଲା !ତେବେ ଏଭଳି ମହାନ୍ ଗାରିମାମୟ ଇତିହାସକୁ ବହନ କରୁଥିବା ମୟୁରଭଞ୍ଜକୁ ପୁଣି ଆଉ ଥରେ ବିଭାଜନ କରା ନ ଯାଉ ବୋଲି ଦୃଢେ଼ାକ୍ତି ପ୍ରକାଶ ପାଇଥିଲା !ତେବେ ରାଜନୈତିକ ଇଛା ଶକ୍ତି ଥିଲେ ଅବିଭାଜିତ ଭାବରେ ମଧ୍ୟ ମୟୂରଭଞ୍ଜର ବିକାଶ ସମ୍ଭବ ହୋଇ ପାରିବ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା !
କେବଳ ପ୍ରଶାସନିକ ସୁବିଧା ପାଇଁ ତାରି ଆଳରେ ତଥା ସରକାରୀ ବାବୁ ମାନଙ୍କର ସୁବିଧା ପାଇଁ ଆମ ମୟୂରଭଞ୍ଜ ମାଟିକୁ ଆହୁରି ଛୋଟ ଛୋଟ କରା ନ ଯାଇ ଅଧିକ ସରକାରୀ ବାବୁ ଯୋଗାଇ ଦିଆ ଯାଉ ବେlଲି ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୋପଦୀ ମୁର୍ମୁ ମହୋଦୟା ଙ୍କ ଉଦ୍ଦେଶ୍ୟରେ ସଭାରେ ମିଳିତ ଭାବରେ ଭାବାବେଗ ପ୍ରକାଶ ପାଇବା ସହିତ ମୟୂରଭଞ୍ଜ ଜିଲ୍ଲାର ବିଭାଜନ ବିରୋଧରେ ଦୃଢ଼ ପ୍ରତିବାଦର ସ୍ବର ମଧ୍ୟ ଉଠିଥିଲା l
