୫ମ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବୈଠକ।
ଡେଲାଙ୍ଗ -ଡେଲାଙ୍ଗ ବ୍ଲକ୍ ରେ ଚଳିତ ଶିକ୍ଷା ବର୍ଷର ୫ମ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ସରଗରମ ଆଲୋଚନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଚାଇଁପୁର କେନ୍ଦ୍ରାଧୀନ ବିଦ୍ୟାଳୟ ସମୂହର ବୈଠକ ନାରପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ସିଆରସିସି ସୋମନାଥ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ପ୍ରଧାନ ଶିକ୍ଷକ ନରେନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ କରିଥିଲେ। ବୈଠକରେ ବରିଷ୍ଠ ଶିକ୍ଷକ ଦାମୋଦର ରଥ, ମନୋରଞ୍ଜନ ପ୍ରଧାନ, ପ୍ରଧାନ ଶିକ୍ଷୟିତ୍ରୀ ସୁମିତ୍ରା କୁଅଁର, ଝରଣା ପ୍ରଧାନ,ଶିକ୍ଷକ ହେମନ୍ତ ପରିଡ଼ା , ସୁସାନ୍ତ ମଲ୍ଲିକ ଶିକ୍ଷୟିତ୍ରୀ ଶସ୍ମିତା ଦାଶ , ଶାନ୍ତିଲତା ମାଝି,ଅନ୍ୟମାନେ ନଭେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ନିପୂଣ ବିଦ୍ୟାଳୟ, ଶିକ୍ଷଣ ସୋପାନ ରେଜିଷ୍ଟର ପରିପୂରଣ ସମ୍ବନ୍ଧୀୟ ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ।ନିମାକେରା ପ୍ରାଥମିକ ବିଦ୍ୟାଳୟ ପରିସରରେ ଧାନକେରା ଓ ବଡ଼ ଆଙ୍କୁଲା ସାଧନ କେନ୍ଦ୍ରର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦେଇ ବହୁଶ୍ରେଣୀୟ ଶିକ୍ଷାଦାନ, ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ପରଖିବାର ସଦ୍ୟ ଧାରଣା,ଶିକ୍ଷଣ ସୋପାନ ରେଜିଷ୍ଟର ଉପରେ ଆୟୋଜିତ ଶୈକ୍ଷିକ କର୍ମଶାଳାର ଭାଗ ନେଇଥିଲେ। ସିଆରସିସି ଲୋକନାଥ ପ୍ରଧାନ, ପ୍ରଧାନ ଶିକ୍ଷକ ଶିକ୍ଷକ ଅଭୟ ରଥ, ପ୍ରଦୀପ୍ତ ସେଠୀ,ଅଭୟ ଚରଣ ସାହୁ, କୃଷ୍ଣଚନ୍ଦ୍ର ବେହେରା, ପୁରନ୍ଦର ପ୍ରଧାନ ଓ ଅନ୍ୟ ସମସ୍ତେ ନିଜ ନିଜର ମତ ରଖିଥିଲେ ।ପ୍ରଧାନ ଶିକ୍ଷକ ଅଭିମନ୍ୟୁ ମୁଦୁଲି ସମସ୍ତଙ୍କୁ ସ୍ବାଗତ ଓ ଆତିଥ୍ୟସେବା ପ୍ରଦାନ କରିଥିଲେ।ବିତିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ସିଆରସିସି ତପନ ମଲ୍ଲିକଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ଭାବେ ବିଇଓ ଶତୃଘ୍ନ ବେହେରା ଯୋଗଦେଇ ପିଲାମାନଙ୍କ ମୌଳିକ ଶିକ୍ଷଣ ଦକ୍ଷତା, ସଂଖ୍ୟା ଜ୍ଞାନ ଅଭିବୃଦ୍ଧି ଓ ସୁନ୍ଦର ଶ୍ରେଣୀ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ସକିନା ବେଗମ ଅନ୍ୟମାନେ ଏଥିରେ ଯୋଗଦେଇ ଥିଲେ।ବୀରମକୁନ୍ଦପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ସିଆରସିସି କ୍ଷେତ୍ରବାସୀ ଆଳୁକ, ପ୍ରଧାନ ଶିକ୍ଷକ ପିଲାମାନଙ୍କ ଶୈକ୍ଷିକ ପ୍ରଗତିକୁ ଦୃଷ୍ଟି ଦେଇଥିଲେ। ସାତ୍ତ୍ୱିକପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ସିଆରସିସି ବସନ୍ତ ସେଠୀ ବହୁଶ୍ରେଣୀୟ ଶିକ୍ଷଣ ଶ୍ରେଣୀର ବିଦ୍ୟାଳୟରେ ପ୍ରୟୋଗବାଦିତା ଉପରେ ଦୃଷ୍ଟି ଦେଇଥିଲେ।ସେବକସାହୁ ପାଟଣା ପ୍ରାଥମିକ ବିଦ୍ୟାଳୟରେ ସିଆରସିସି ପବିତ୍ର ପଣ୍ଡା ଓ ପ୍ରଧାନ ଶିକ୍ଷକ ଭଗବାନ ସାହୁଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାନୟର ଲିଙ୍ଗ ସଂଯୋଜକ କମଳାକାନ୍ତ ରଥ ଯୋଗଦେଇ ପଢିବା ଗଢିବା ଉପରେ ଆଲୋକପାତ୍ କରିଥିଲେ। ଶିକ୍ଷୟିତ୍ରୀ ରୁନୁବାଳା ମହାପାତ୍ର, ଜ୍ୟୋତିର୍ମୟୀ ଦେବୀ,ଶିକ୍ଷକ ଫକିର ଦାସ। ଏଫ୍ ଏଲ୍ ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିପରି ଡେ଼ଲାଙ୍ଗ ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟରେ ଯୋଗଦାନ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆଜିର ବୈଠକରେ ସ୍ବାଗତ କରାଯାଇଥିଲା।ଖଣ୍ଡିମଙ୍ଗଳପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ଅଭିମନ୍ୟୁ ପ୍ରଧାନ, ପ୍ରଧାନ ଶିକ୍ଷକ ସନ୍ତୋଷ ମିଶ୍ର, ଅଶ୍ଵିନୀ ସ୍ବାଇଁ ପ୍ରମୁଖ ଅଭିନବ ଶୈକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
