*ବାଲିଘାଟ ର ସ୍ଥିତି ଅନୁଧ୍ୟାନ କଲେ ତିର୍ତୋଲ ତହସିଲଦାର ଏବଂ ଜଗତସିଂହପୁର ମାଇନିଙ୍ଗ ଅଧିକାରୀ*
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କୃଷ୍ନାନନ୍ଦପୁର ନିକଟ ପାଇକା ନଦୀରେ ଗତ ୨୧ ତାରିଖରେ ତିନି ଜଣ ନାବାଳକ ଗାଧୋଇବା ବେଳେ ବୁଡି ଯିବା ଫଳରେ ସେମାନଙ୍କର ମୃତ୍ୟୁ ହୋଇଥିଲା | ଯାହାକୁ ନେଇ ପିଲାମାନଙ୍କ ଅଭିଭାବକ ଏବଂ କିଛି ସ୍ଥାନୀୟ ବାସିନ୍ଦା ବାଲିଘାଟ କୁ ବେଆଇନ ବୋଲି ଦର୍ଶାଇବା ସହିତ ଏହି ଘାଟ ଯୋଗୁଁ ନିରୀହ ପିଲାମାନଙ୍କର ଜୀବନ ଚାଲିଗଲା ବୋଲି ଦାବୀ ରଖି ଦିନ ତମାମ କୃଷ୍ନାନନ୍ଦପୁର ନିକଟ ସାଇଫୋନ ପୋଲ କୁ ଅବରୋଧ କରିଥିଲେ | ତା ସହିତ ଜଗତସିଂହପୁର ଜିଲ୍ଲାପାଳ ଏବଂ ମାଇନିଙ୍ଗ ଅଧିକାରୀ ଙ୍କୁ ଘାଟ ବନ୍ଦ କରିବା ପାଇଁ ଲିଖିତ ଅଭିଯୋଗ କରିଥିଲେ | ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଜଗତସିଂହପୁର ମାଇନିଙ୍ଗ ଅଧିକାରୀ ସତୀଶ ତରାଇ,ତିର୍ତ୍ତୋଲ ତହସିଲଦାର ମହେଶ୍ୱର ବେହେରା ଏବଂ କୃଷ୍ନାନନ୍ଦପୁର ଥାନାଅଧିକାରୀ ସୁବ୍ରତ ଦାଶ ଘଟଣା ସ୍ଥଳରେ ପହଞ୍ଚିବା ସହିତ ବାଲିଘାଟ ର ସ୍ଥିତି ଅନୁଧ୍ୟାନ କରିଥିଲେ ଏହି ସମୟରେ ଧାରଣାରତ ମୃତ ନାବାଳକ ମାନଙ୍କ ପରିବାର ଏବଂ ଗ୍ରାମବାସୀ ମାନଙ୍କୁ ମଧ୍ୟ ସାକ୍ଷାତ କରି ସାନ୍ତ୍ୱନା ଦେଇଥିଲେ | ବାଲିଘାଟ ବିପକ୍ଷବାଦୀ ମାନଙ୍କ ଅଭିଯୋଗ ଅନୁଯାଇ ବାଲିଘାଟ ସମ୍ପୂର୍ଣ୍ଣ ବେଆଇନ ତେଣୁ ଏହାକୁ ତୁରନ୍ତ ବନ୍ଦ କରାଯାଉ | ଅନ୍ୟପକ୍ଷରେ ବାଲିଘାଟ ସପକ୍ଷବାଦୀ ମାନଙ୍କ ମତ ସମ୍ପୂର୍ଣ୍ଣ ଭିନ୍ନ ଏବଂ ବିଚାରଯୋଗ୍ୟ, କାହିଁକି ନା ସେମାନଙ୍କ
