ବିଞ୍ଝାରପୁର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ –
ବିଞ୍ଝାରପୁର /( ଭଞ୍ଜଦୂତ :ନିପ୍ର )ରିପୋର୍ଟର:-ଉତ୍ତମ କୁମାର ଦାସ
ଆଜି ସକାଳ ଘ. ୭ଟୀକା ସମୟରେ ବିଞ୍ଝାରପୁର ଯଘ୍ୟ ପଡିଆ ଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ “ଆସନ୍ତୁ ଏକତା ପାଇଁ ଦୌଡ଼ିବା,ରାଷ୍ଟ୍ର ନିର୍ମାଣରେ ସଜାଗ ହେବା”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଂଝାରପୁର ର IIC ଶ୍ରୀ ରଞ୍ଜନ କୁମାର ମଲ୍ଲିକ ଙ୍କ ଅଦକ୍ଷତା ରେବିଞ୍ଝାରପୁର ପୋଲିସ ତରଫ ରୁ ଏହି କାର୍ଯ୍ୟକର୍ମ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ନେତ୍ରୀ ଶ୍ରୀମତୀ ବବିତା ମଲ୍ଲିକ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଫୋଟରେ ମୁଖ୍ୟ ଅତିଥି ଙ୍କ ସମେତ ଅନ୍ୟାନ୍ୟ ଅତିଥି ମାନଙ୍କ ଦ୍ଵାରା ପୁଷ୍ପ ମାଲ୍ୟ ଅର୍ପଣ ପରେ ଏକ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ସମେତ ସମସ୍ତ ଅତିଥି ଗଣ ଏହି ମହାନ ଜାତୀୟତାବାଦୀ ସଂଗ୍ରାମୀ ପୁରୁଷ, ରାଷ୍ଟ୍ର ନିର୍ମାଣର ପଥ ପ୍ରଦର୍ଶକ ଯିଏକି ଲୌହ ମାନବ ଭାବେ ପରିଚିତ ସ୍ଵାଧୀନ ଭାରତ ବର୍ଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଥାଇ ସମଗ୍ର ରାଷ୍ଟ୍ରର ୩୬୨ ଗୋଟି ଦେଶୀୟ ଗଡ଼ଜାତକୁ ତାଙ୍କର ଅଦମ୍ୟ ଚେଷ୍ଟାରେ ଭାରତ ସହିତ ମିଶାଇବାରେ ସକ୍ଷମ ହୋଇ ଥିଲେ ଭାରତବର୍ଷରେ ମିଶି ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ମତ ପ୍ରକାଶ କରିଥିଲେ। ଏହି ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ କାର୍ଯ୍ୟକ୍ରମରେ ସାମିଲ ବରେଣ୍ୟ ଅତିଥି ମାନଙ୍କ ସହ ଉପସ୍ଥିତ ସମସ୍ତ ବର୍ଗର ସଦସ୍ୟ ଓ ଛାତ୍ର ଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ। ଯୋଗ ଦେଇଥିବା ସମସ୍ତ ବରେଣ୍ୟ ଅତିଥି ଓ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ଧନ୍ୟବାଦ୍ ଜଣାଇବା ପରେ ପରେ ସ୍ଥାନୀୟ ଜଘ୍ୟ ପଡିଆ ଠାରୁ ଆରମ୍ଭ କରି ବାଳମକୁଳି ପର୍ଯ୍ୟନ୍ତ ଯିବା ପରେ ଏହା ସମାପନ ହୋଇଥିଲା ପଦଯାତ୍ରା “ଏକତା ପାଇଁ ଦୌଡ଼ିବା, ରାଷ୍ଟ୍ର ନିର୍ମାଣର ସଜାଗ ହେବା”କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ବୃନ୍ଦ ପତକା ଦେଖାଇ ଶୁଭାରମ୍ଭ କରିଥିଲେ |
